DIstrictHealthNationNawarangpurOdisha

ହରିଶଙ୍କର ପାଖରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟମ୍

ଚନ୍ଦାହାଣ୍ଡି, ୩/୭: ସଦର ବ୍ଳକ ଡଙ୍ଗରି ଗୁଡ଼ାର ଭକ୍ତଚନ ନାୟକଙ୍କ ପୁଅ ହରିଶଙ୍କର (୧୪)ଙ୍କ ଭିନ୍ନକ୍ଷ ପ୍ରମାଣପତ୍ରରେ ତ୍ରୁଟି ଅଭିଯୋଗ ନେଇ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛି ସ୍ବାସ୍ଥ୍ୟବିଭାଗ। ଏକ ଟିମ୍ ହରିଶଙ୍କରଙ୍କ ଘରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପ୍ରମାଣ ପତ୍ରରେ ଉଲ୍ଲେଖ ଥିବା ୬୦ରୁ ୮୦ ପ୍ରତିଶତ ବଢାଇବା ଦାବି ବାବଦରେ ଉପରିସ୍ଥ ଅଧକାରୀଙ୍କୁ ଜଣାଇବା ଲାଗି ପ୍ରତିଶ୍ରୁ ତିଶ୍ରୁତି ଯେଭଳି ଦେଇଛନ୍ତି। ସରକାରୀ ସୁବିଧା ଯେନ୍ତ ମିଳିବ ସେ ଦିଗରେ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

‘ଓଡିଶା ଷ୍ଟେଟ ନ୍ୟୁଜ ’ ପ୍ରଭାବ ହରିଶଙ୍କରଙ୍କ ହାତ, ଗୋଡ଼, ମେରୁଦଣ୍ଡ ବଙ୍କା ହୋଇଯାଇଛି। ସେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଥିବା ବେଳେ ଡାକ୍ତର ୬୦ ପ୍ରତିଶତ ବୋଲି ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଯଦ୍ୱାରା ସରକାରୀ ସହାୟତାରୁ ବଞ୍ଚିତ ହେବାକୁ ପଡ଼ୁଛି। ଏ ସମ୍ପର୍କରେ ଗତ ୧ ତାରିଖରେ କେବଳ ‘ଓଡିଶା ଷ୍ଟାଟ୍ ନ୍ୟୁଜ ’ରେ ସ୍ବତନ୍ତ୍ର ଖବର ପ୍ରକାଶ ଡାକ୍ତର ସନ୍ତୋଷ କୁ ମାର ପଣ୍ଡା ଖବରର ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସ୍ଥାନୀୟ ସିଏଚ୍‌ ଡାକ୍ତର ବସନ୍ତ କୁ ମାର ପାଇଥିଲା ।

ଏହାପରେ ସିଡିଏମଓ ଷଡ଼ଙ୍ଗୀ, ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ମାନସ ରଥ ପ୍ରମୁଖ ହରିଶଙ୍କରଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ବାପା ଭକ୍ତଚନଙ୍କ ସ‌ହ ଆଲୋଚନା ସହ ତଥ୍ୟ ସଂଗ୍ରହ କରିଥିଲେ। ମିଳୁଥିବା ଭତ୍ତା, ଟ୍ରାଇସାଇକେଲ, ରାସନକାର୍ଡ ବାବଦରେ ପଚାରିଥିଲେ। ବିଭାଗୀୟ ଉପରିସ୍କ ଅଧିକାରୀଙ୍କୁ ଅବଗତ ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button