DistrictNationNawarangpurOdishaPolitics

ଘରେ ପଶିଲା ନାଳପାଣି ସାହିର ରାସ୍ତାରେ ବର୍ଷା ପାଣି।

ପାପଡ଼ାହାଣ୍ଡି, 26/6: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ବୁଧବାର ପ୍ରବଳ ବର୍ଷା ହୋଇଛି। ସଦର ଗତିସାହିର ଧନୁର୍ଜୟ ଭତ୍ରା, ସଦା ଭତ୍ରା, ଗଣପତି ଭତ୍ରା, ଚୈତୁ ଭତ୍ରା, ଅନୀଲ କୁମାର ହିଆଲ, ନିଜାମ୍, ରାଜୁ ମୁଦୁଲିଙ୍କ ଘରେ ପାଣି ପଶି ଆସବାବପତ୍ର ଆଦି ଭିଜି ନଷ୍ଟ ହୋଇଯାଇଛି। ପ୍ରତେକ ବର୍ଷ ଏପରି ସମସ୍ୟା ହେଉଛି। ସାହିର ମୂଖ୍ୟ ନାଳ ମରାମତି ନ ହେବା ଯୋଗୁ ଏପରି ଅବସ୍ଥା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ପାଣି ନିଷ୍କାସନ ହୋଇନପାରି ଘର ଭିତରେ ପଶୁଛି। ଏଥିସହ ସାପ ଆଦି ବିଭିନ୍ନ ସରିସୃପ ମଧ୍ୟ ପଶୁଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ ସାହି ବାସିନ୍ଦା ଚିନ୍ତାରେ ପଡ଼ିଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାହିବାସିନ୍ଦା ଦାବି କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button