EducationHealthNationOdishaPolitics

ଜେଜେମା ଭରସାରେ କୁନି ଝିଅ

ତୁରେକେଲା, 22/ 6: ମୁଁ ପଢ଼ିବାକୁ ଚାହୁଛି। ସରକାର୍ ମୋତେ ସାହାଯ୍ୟ କର। ମୋ ବାପା କରୋନାରେ ମୃତ୍ୟୁବରଣ କଲେ। ମା’ ମୋତେ ଛାଡ଼ି ପଳାଇଲା। ମୁଁ କେମିତି ବଞ୍ଚିବି, କିଏ ମୋତେ ଖାଇବାକୁ ଦେବ। ଏଭଳି ବିଳାପ କରୁଛନ୍ତି ପାଞ୍ଚ ବର୍ଷର ଅନାଥ ଶିଶୁ କନ୍ୟା ତୁଳେଶ୍ଵରୀ ତାଣ୍ଡି(୫) ।

କଣ୍ଟାବାଞ୍ଜି ୱାର୍ଡ ନମ୍ବର-୧୧ ରାମନଗର ପଡ଼ାରେ ରୁହନ୍ତି ତୁଳେଶ୍ଵରୀ। ବାପା କାଲୁ ତାଣ୍ଡି କରୋନା ଯୋଦ୍ଧା ଭାବରେ କାମ କରି ୨୦୧୯/୨୦ରେ ମୃତ୍ୟୁବରଣ କରିଛନ୍ତି। ସ୍ଵାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ମା’ କେତକୀ କ୍ରନି ଝିଅକୁ ଛାଡି

ଅନ୍ୟତ୍ର ପଳାଇ ଯାଇଛି। ସ୍ଵାମୀ ମୃତ୍ୟୁ ପରେ ସେ ବିଧବା ଭତ୍ତା ପାଉଥିଲା। କିନ୍ତୁ ଏବେ ସେ ସଧବା ହୋଇ ହରିଶଙ୍କର ପାଖରେ ଘର ସଂସାର କରି ରହୁଥ‌ିବା ପ୍ରକାଶ। ମାସକୁ ମାସ ବିଧବା ଭତ୍ତା ଆଶୀର୍ବାଦ ଯୋଜନା ଟଙ୍କା ମଧ୍ୟ ସେ ନିଜେ ଖର୍ଚ୍ଚ କରି ଦେଉ ଉଥ‌ିବା ଅଭିଯୋଗ ହୋଇଛି। କୁନି ଝିଅକୁ ଜେଜେମା ପାଳି ପୋଷି ରଖୁଛନ୍ତି । କିନ୍ତୁ କୁନି ଝିଅର ପାଠ ପଢା, ଭବିଷ୍ୟତ କେମିତି ହେବ ତାକୁ ନେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ତୁରନ୍ତ ଅସହାୟ କୁନି ଝିଅକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button