HealthOdishaPoliticsSports

ବାଲିମେଳାରେ ପାଳନ ହେଲା ବିଶ୍ୱ ଯୋଗ ଦିବସ

ମାଲକାନଗିରି,୨୧/୬: ବିଜ୍ଞାପିତ ଅଞ୍ଚଳ ବାଲିମେଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜ୍ଞାନ ମହା ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଇଣ୍ଡୋର ଷ୍ଟାଡିଅମ ପରିସରରେ ପାଳିତ ହୋଇଛି ୧୧ତମ ବିଶ୍ବ ଯୋଗ ଦିବସ l ବାଲିମେଳା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଯୋଗ ଶିକ୍ଷକ ରାମ କୃଷ୍ଣ ଚୌଧୁରୀ, ସମାଜ ସେବୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଜିତେନ୍ଦ୍ର ପାଇକରାଏ, ରାଜେନ୍ଦ୍ର ପ୍ରସାଦ ଜେନା, କମଳ ଲୋଚନ ବେହେରା ଓ ଟୁକୁଲା ପ୍ରଧାନ ସହଯୋଗରେ ଯୋଗ ଦିବସ ପାଳନ ଉପରେ ମତବ୍ୟକ୍ତ କରିଥିଲେ l
ଏକ ରାଲି ଯୋଗେ ପିଲାମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ନଗର ପରିକ୍ରମା କରି ଯୋଗ ଦିବସ ଗୋଟିଏ ଦିନ ନୁହେଁ, ପ୍ରତିଦିନ ଯୋଗ କରିବା, ସୁସ୍ଥ ଜୀବନ ଯାପନ କରିବା, ସକାଳୁ ଶୀଘ୍ର ଉଠିବା ପ୍ରଭୃତି ଶ୍ଳୋଗାନ ଦେଇଥିଲେ l
ପ୍ରତିଦିନ ଯୋଗ କରିବା ପାଇଁ ସଚେତନ ସହ ସମସ୍ତେ ଶପଥ ପାଠ କରିଥିଲେ l

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button