ଟାଟା ସନ୍ସର ନୂଆ ଚେୟାରମ୍ୟାନ୍ ଦୌଡ଼ରେ ଟିଭି ନରେନ୍ଦ୍ରନଙ୍କ ନାମ ସବୁଠାରୁ ଆଗରେ
ନୂଆଦିଲ୍ଲୀ: ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନଙ୍କ ହଠାତ୍ ଇସ୍ତଫା ପରେ ନୂଆ ଉତ୍ତରାଧିକାରୀଙ୍କ ସନ୍ଧାନ ଆରମ୍ଭ ହୋଇଛି। ସର୍ ଦୋରାବଜୀ ଟାଟା ଟ୍ରଷ୍ଟ ଅଗଷ୍ଟ ୧୩ ତାରିଖରେ ଏକ ପ୍ରସ୍ତାବ ପାରିତ କରି ୫ ଜଣିଆ ଚୟନ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରିଛି।
ଏହି ପଦ ପାଇଁ ଦୌଡ଼ରେ ଟାଟା ଷ୍ଟିଲ୍ର ମ୍ୟାନେଜିଂ ଡାଇରେକ୍ଟର ଟି.ଭି. ନରେନ୍ଦ୍ରନଙ୍କ ନାମ ସବୁଠାରୁ ଆଗରେ ରହିଛି। ନରେନ୍ଦ୍ରନ ୧୯୮୮ ମସିହାରୁ ଟାଟା ଗ୍ରୁପ୍ ସହିତ ଜଡ଼ିତ ଅଛନ୍ତି। ତାଙ୍କର ସମ୍ପୂର୍ଣ୍ଣ କ୍ୟାରିୟର ଟାଟା ଷ୍ଟିଲ୍ରେ ହିଁ କଟିଛି।
ନରେନ୍ଦ୍ରନଙ୍କ ନାମ ଚର୍ଚ୍ଚାରେ ଆସିବାର ୩ଟି ପ୍ରମୁଖ କାରଣ
୧. କଠିନ ସମୟରେ ଭଲ ପ୍ରଦର୍ଶନ
ନରେନ୍ଦ୍ରନ ଦାୟିତ୍ୱ ନେବା ସମୟରେ ଟାଟା ଷ୍ଟିଲ୍ ଭାରୀ ଋଣ, ବିଶ୍ୱ ବଜାରର ଉତ୍ଥାନ-ପତନ ଏବଂ ମହଙ୍ଗା ବିଦେଶୀ ଅଧିଗ୍ରହଣ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲା। ସେ ଋଣ କମାଇବା, କ୍ୟାଶ୍ ଫ୍ଲୋରେ ସୁଧାର ଆଣିବା ଏବଂ ଦେଶୀୟ ବଜାରରେ କମ୍ପାନୀର ସ୍ଥିତି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁକେ ଓ ନେଦରଲ୍ୟାଣ୍ଡସ୍ରେ କଠିନ ପୁନର୍ଗଠନ ପ୍ରକ୍ରିୟାକୁ ମଧ୍ୟ ସେ ସମ୍ଭାଳିଥିଲେ।
୨. ଟାଟା ସଂସ୍କୃତିର ଗଭୀର ଜ୍ଞାନ
୨୦୧୬ ମସିହାର ସାଇରସ୍ ମିସ୍ତ୍ରୀ ବିବାଦ ପରେ ଟାଟା ଗ୍ରୁପ୍ ନିଜର ପୁରୁଣା ପରମ୍ପରା, ମୂଲ୍ୟବୋଧ ଏବଂ ଗ୍ରୁପ୍ ସହିତ ଜଡ଼ିତ ଭାବନାକୁ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦେଇଆସୁଛି। ଚନ୍ଦ୍ରଶେଖରନଙ୍କ ଭଳି ନରେନ୍ଦ୍ରନ ମଧ୍ୟ ପ୍ରାୟ ୪ ଦଶନ୍ଧି ଧରି ଟାଟା ଗ୍ରୁପ୍ର ଅଂଶ ରହିଛନ୍ତି। ତେଣୁ ଟାଟା ଗ୍ରୁପ୍ର କାର୍ଯ୍ୟଶୈଳୀ ଓ ମୂଲ୍ୟବୋଧକୁ ସେ ଭଲ ଭାବରେ ବୁଝନ୍ତି।
୩. ବଡ଼ ଅପରେସନ୍ ସମ୍ଭାଳିବାର ଅଭିଜ୍ଞତା
ଚେୟାରମ୍ୟାନ୍ ପଦ କେବଳ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବାର ପଦ ନୁହେଁ। ଏଥିରେ ପୁଞ୍ଜି ବିନିଯୋଗ, ରଣନୀତି ପ୍ରସ୍ତୁତି ଏବଂ ବଡ଼ ବ୍ୟବସାୟିକ ଅପରେସନ୍କୁ ବୁଝିବାର କ୍ଷମତା ଆବଶ୍ୟକ। ଟାଟା ଗ୍ରୁପ୍ ଐତିହାସିକ ଭାବେ ଏପରି ନେତାଙ୍କୁ ଗୁରୁତ୍ୱ ଦେଇଆସିଛି, ଯେଉଁମାନେ ବଡ଼ ଅପରେସନ୍, ଶ୍ରମିକ ସମସ୍ୟା, ନିୟମକାନୁନ ଏବଂ ଦୀର୍ଘକାଳୀନ ନିବେଶ ବିଷୟରେ ଅଭିଜ୍ଞତା ରଖନ୍ତି।
ଚୟନ ପ୍ରକ୍ରିୟାରେ ପ୍ରଶାସନିକ ଓ ଆଇନଗତ ସମସ୍ୟା
ନୂଆ ଚେୟାରମ୍ୟାନ୍ ଚୟନ ପ୍ରକ୍ରିୟାରେ କିଛି ପ୍ରଶାସନିକ ଏବଂ ଆଇନଗତ ବାଧା ଦେଖାଦେଇଛି। ମହାରାଷ୍ଟ୍ର ଚ୍ୟାରିଟି କମିଶନରଙ୍କ ଏକ ନିର୍ଦ୍ଦେଶ ଯୋଗୁଁ ସର୍ ରତନ ଟାଟା ଟ୍ରଷ୍ଟ (SRTT) ବର୍ତ୍ତମାନ ନିଜ ଟ୍ରଷ୍ଟିମାନଙ୍କର ବୈଠକ ଆୟୋଜନ କରିପାରୁନାହିଁ।
ଏହା ଫଳରେ ଚୟନ କମିଟିରେ ଟ୍ରଷ୍ଟ ପକ୍ଷରୁ ୩ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ଫଳସ୍ୱରୂପ, ଏନ୍. ଚନ୍ଦ୍ରଶେଖରନଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଏହା ଏକ ନୂଆ ଜଟିଳତା ସୃଷ୍ଟି କରିଛ.
