Health
ଉମରକୋଟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ଉ

ଉମରକୋଟ, ୧୮/୬: ଝାଡାବାନ୍ତିକୁ ଦୃଷ୍ଟିରେ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଜିଲା ପ୍ରଶାସନର ନିର୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଜିଲାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଉମରକୋଟରେ ଚଢ଼ଉ କରାଯାଇଛି । ଡ୍ରାଇଫୁଡ ଦୋକାନ, ବିଭିନ୍ନ ହୋଟେଲ ଓ ବେକେରି ଦୋକାନ ଉପରେ ଚଢ଼ଉ କରାଯାଇଛି । ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ
ହୋଇଛି । ୧୦ ଗୋଟି ହୋଟେଲ ଓ ଦୋକାନରେ ଚଢ଼ଉ ହୋଇଥିଲା । ବ୍ୟବସାୟୀଙ୍କଠାରୁ ଜୋରିମା ନା ମଧ୍ୟ ଆଦାୟ କରାଯାଇଛି । ସଚେତନ ରହିବା ସହ ଲୋକଙ୍କୁ ଠିକ ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ନିର୍ଦେଶ ଦେଇଛନ୍ତି । ହୋଟେଲଗୁଡିକୁ ମଧ୍ୟ ସଫା ରଖିବା ସହ ବାସୀଖାଦ୍ୟ ଲୋକଙ୍କୁ ନ ଦେବାକୁ ଜିଲା ଖାଦ୍ୟ ସୁରକ୍ଷା ଅଧୂକାରୀ ଶ୍ରୀ ମହାରଣା ନିର୍ଦେଶ ଦେଇଛନ୍ତି