ବିଧବାଙ୍କୁ ଗର୍ଭବତୀ ପରେ ପ୍ରତାରଣା ଅଭିଯୁକ୍ତ ଗିରଫ

ନବରଙ୍ଗପୁର,୧୫/୬ : ଜଣେ ବିଧବା ମହିଳାଙ୍କୁ ୮ ମାସ ଗର୍ଭବତୀ କରିବା ପରେ ମହିଳାଙ୍କୁ ଦାଦନ ଖଟାଇବାକୁ ହାଇଦ୍ରାବାଦ ପଠାଇ ଦେଇଥିଲେ। ଏ ନେଇ ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପାପଡାହାଣ୍ଡି ଥାନା ଅଧୀନ ବରଦେଇ ଗାଁର ବସମନ ହରିଜନ।
ପୋଲିସ ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ୍ ବଡ଼ାଝରୀ ଗାଁର ତାଡ ସାନ୍ତା ପୂର୍ବରୁ ଡାବୁଗାଁ ବ୍ଲକ ମଣ୍ଡିରା ଗାଁର ସୁନ୍ଦର ସନ୍ତାକୁ ପ୍ରେମ ବିବାହ କରିଥିଲେ। ଯକ୍ଷ୍ମାରେ ରୋଗରେ ପୀଡିତ ହୋଇ ସ୍ବାମୀଙ୍କ ମୃତ୍ୟୁ ପରେ ଶିଶୁପୁତ୍ର ସହ ତାଡ ଶ୍ବଶୁର ଘରେ ରହୁଥିଲେ। ଏହି ସମୟରେ ସମୟରେ ପାପଡାହାଣ୍ଡି ଥାନା ଅଧୀନ ବରଦେଇ ଗାଁର ଢୋଲକିଆ (ବାଜାବାଲା) ବସମନ ହରିଜନ ଗାଁରେ ନାଟକ ଶିକ୍ଷା କ୍ଷା ଦେବା ପାଇଁ ଦୀର୍ଘ ଧରି ରହିଥିଲେ। ଏହି ସମୟରେ ତାଡ ଏବଂ ବସମନ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା I ପରେ ତାଡ ୩ ବର୍ଷର ପୁଅ ପୁଅକୁ ଛାଡି ବିବାହିତ ବସମନ ସହିତ ତାଙ୍କ ଗାଁକୁ ଚାଲିଯାଇଥିଲେ। ଆର୍ଥକ ଅନଟନ ହେବାରୁ ବସମନ ତାଡଙ୍କୁ ତାଙ୍କ ସମ୍ପର୍କୀୟ ୬ ମାସ
ଭଉଣୀ ପାଖକୁ ହାଇଦ୍ରାବାଦରର ଏକ ଫାର୍ମରେ କାମ କରିବାକୁ ପଠାଇ ଦେଇଥିଲେ। ତାଡ ହାଇଦ୍ରାବାଦର ଏକ ଫାର୍ମରେ ମାସିକ ୫ହଜାର ଟଙ୍କା ଦରମାରେ କାମ କରୁ କରୁଥିଲେ । ଏହା ଭିତରେ ବସମନ ତାଡକୁ ଫୋନ କରି ୫ହଜାର ଟଙ୍କା ପଠାଇବାକୁ କହିବା ସହ ପରେ ଘ ନ ପଠାଇଲେ ହାଇଦ୍ରାବାଦରୁ ଆଉ ଫେରିବୁ ନାହିଁ ବୋଲି ଲି ଧମକ ଦେଇଥିଲେ। ବସମନଙ୍କ ସମ୍ପର୍କୀୟ ଭଉଣୀ କିଛି ଦିନ ଘରକୁ ଫେରିଆସିବ ସିବା ପରେ ୮ ମାସର ଗର୍ଭବତୀ ତାଡ ତାଡ ସେଠାରେ ଏକୁଟିଆ ହୋଇଯାଇଥିଲେ। ବସମନଙ୍କୁ ଫୋନ କରି ଏଠାରୁ ନେଇଯିବାକୁ କହିଥିଲେ ମଧ୍ୟ ଗର୍ଭସ୍ଥ ଶିଶୁ ତାର ନୁହେଁ
ବୋଲି ମନା କରିଦେଇ ଦେଇଥିଲେ। ଶେଷରେ ତାଡ ସବୁ ଘଟଣା ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ନେ ମାତୃଆଶ୍ରୟ ଆଶ୍ରମର ଅଧ୍ଯକ୍ଷା କାଦମ୍ବନୀଙ୍କୁ ଗୁହାରି କରିଥିଲେ। କାଦ ନାଦମ୍ବନୀ ହାଇଦ୍ରାବାଦର ଫାର୍ମ ମାଲିକଙ୍କ ସହ କଥା ହେବା ପରେ ରେ ଗତ୨୦ ଦିନ ତଳେ ସେ ତାଡଙ୍କୁ ନବରଙ୍ଗପୁର ପଠାଇଥିଲେ। ଦୀର୍ଘ ୨୦ ଦିନ ଧରି ମାନିସକ ଦୁଶ୍ଚିନ୍ତା ପରେ ତାଡ ଶନିବାର ଗଣମାଧ୍ଯମମ ଆଗରେ କରୁଣ କାହାଣୀ କହିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାଦମ୍ବନୀ ଦାବି କରିଛନ୍ତି । ସେହିଭଳି ତାଡଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତ ପ୍ରଦାନ କରିବା ସହିତ ଉତ୍ତମ ସ୍ବାସ୍ଥ୍ୟସେବା ଏବଂ คเ ହେବା ପର୍ଯ୍ୟନ୍ତ ଡ଼ାବୁଗାଁ ଅସ୍ଥାୟୀ ରହଣି କେନ୍ଦ୍ରରେ ରଖାଯିବାକୁ କାଦମ୍ବିନୀ ଦାବି କରିଛନ୍ତି । ଖବରଦାତା ସମ୍ମିଳନୀରେ କାଦମ୍ବନୀଙ୍କ ସହିତ କୁସିଆ ମାଝୀ, ପ୍ରଭାତୀ ତ୍ରିପାଠୀ ପମୁଖ ସମାଜସେବୀ ଉପସ୍ଥିତ ଥିଲେ। ଶନିବାର ସନ୍ଧ୍ୟାରେ ଉମରକୋଟ ଥାନାରେ କାଦମ୍ବନୀଙ୍କ ବସମନଙ୍କ ବିରୋଧ ଏତଲା ଦିଆଯାଇଥିଲା । କେସ ନମ୍ବର ୨୦୪/୨୫ରେ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ବସମନଙ୍କୁ ଗିରଫ କରିଛି ।