EntertainmentOdishaPolitics

ଉପାନ୍ତ ଗାଁରେ ରଜ ପାଳନ କଲା ‘ବିପଦରବନ୍ଧୁ’

ଭଞ୍ଜନଗର,୧୫/୬ : ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ପୁଟଗାଡ଼ିଆ ଗାଁରେ ‘ବିପଦର ବନ୍ଧୁ’ ଅନୁଷ୍ଠାନ ଦ୍ୱାରା ରଜ ସଂକ୍ରାନ୍ତି ଖୁବ ଧୁମଧାମରେ ପାଳନ କରାଯାଇଛି। ଭଞ୍ଜନଗର ‘ବିପଦର ବନ୍ଧୁ’ ସଙ୍ଗଠନର ସଦସ୍ୟ ମାନେ ଆଜି ଗାଁର ପୁରୁଷ ମହିଳା ଓ ପିଲାମାନଙ୍କୁ ନେଇ ଦିନ ତମାମ ବିଭିନ୍ନ ଖେଳ, ପ୍ରତିଯୋଗିତା ଓ ପୁରସ୍କାର ପ୍ରଦାନ, ନାଚ, ଗୀତ,ଭୋଜି ଭାତ ସହ ପାଠ୍ୟପକରଣ ବଣ୍ଟନ କରି ରଜ ପାଳନ କରିଛନ୍ତି। ଅନୁଷ୍ଠାନର ଯୁବକଙ୍କ ଏଭଳି କାର୍ଯ୍ୟ କୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିବା ସହ ଏଭଳି କେବେ ରଜ ପାଳନ କରିନଥିବା ପ୍ରକାଶ କରିଥିଲେ। କର୍ମ ମୟ ଜୀବନର ବ୍ୟସ୍ତତା ଓ ଆଧୁନିକତାର ଛାପରେ ଏହି ରଜ ପର୍ବ ପରମ୍ପରା ହଜି ଯିବାକୁ ବସିଛି। ଉପାନ୍ତରେ ରଜ ପର୍ବର ଖୁସି ବାଣ୍ଟିବା ପାଇଁ ବିପଦର ବନ୍ଧୁ ସଂଘଠନ ଏଭଳି ପ୍ରୟାସ କରି ଆସୁଛି। ଗତ କିଛି ବର୍ଷ ହେଲା ଭିନ୍ନଭିନ୍ନ ନିପଟ ମଫସଲ ଉପାନ୍ତ ଗାଁରେ ପହଁଚି ସଙ୍ଘଠନ ଏଭଳି କାର୍ଯ୍ୟ ଜାରି ରଖିଛି। ‘ବିପଦର ବନ୍ଧୁ’ର ସମସ୍ତ ସଦସ୍ୟଙ୍କ ପାଇଁ ଏଭଳି କାର୍ଯ୍ୟ ସମ୍ଭବପର ହୋଇ ପାରୁଥିବା ଅନୁଷ୍ଠାନର କର୍ମକର୍ତ୍ତା ଅରକ୍ଷିତ ପରିଛା କହିଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button