OdishaPolitics

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଯୋଗଦାନ

ନବରଙ୍ଗପୁର, ୧୧/୬ : ଦୀର୍ଘ ମାସ ହେବ ଖାଲି ପଡ଼ିଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଧିର ରଂଜନ ବେହେରା | ସେ ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ଘଟଗାଁ ଜିଲ୍ଲା କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଶ୍ରୀ ବେହେରା ଏଥି ପୂର୍ବରୁ କୋଟପାଡ, କୋରାପୁଟ ଅଞ୍ଚଳରେ କାମ କରି ବଦଳି ହୋଇ ଉପକୂଳକୁ ଯାଇଥିଲେ। ବର୍ତ୍ତମାନ ପଦନ୍ନତି ପାଇ ନବରଙ୍ଗପୁର ଜିଲ୍ଲାକୁ ଫେରିଛନ୍ତି। ନବରଙ୍ଗପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପି. ରାମାନ୍ନା ରାଓ ଅବସର ନେବା ପରେ ଭାରପ୍ରାପ୍ତ ଦାୟିତ୍ଵରେ କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରହିଥିଲେ । ରାଜ୍ୟ ସରକାର ଏହାରି ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ପଦରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାବେ ପଦନ୍ନତି ଦେଇଥିଲେ। ଏହି କ୍ରମରେ ନବରଙ୍ଗପୁର ଜିହ୍ନ ପାଇଁ ସ୍ଥାୟୀ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନିଯୁକ୍ତି ଦେଇଛନ୍ତି । ଜିଲ୍ଲାର ଭୌଗଳିକ ସ୍ଥିତି, ଚାଷୀଙ୍କ ଅବସ୍ଥା, ଧାନ ଓ ମକା ଚାଷ ସମ୍ପର୍କରେ ସେ ପଚାରି ବୁଝିଥିଲେ । ଜିଲ୍ଲା ପାଇଁ କେତେ ପରିମାଣର ଧାନ ଓ ମକା ବିହନର ଆବଶ୍ୟକ‌ତା ଓ ସାର କୀଟନାଶକ ଆଦିର ଆବଶ୍ୟକ‌ତା ରହିଛି ସେ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପଚାରି ବୁଝୁଛନ୍ତି। ଚାଷୀ ଦେଶର ମେରୁଦଣ୍ଡ। ତେଣୁ ଚାଷୀଙ୍କ ହିତରେ ସେ ନିଶ୍ଚିତ ରୂପେ କାମ କରିବେ ବୋଲି କହିଛନ୍ତି ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button