BusinessOdisha

ମାତିଛନ୍ତି ଶାଗୁଆନ କାଠ ମାଫିଆ

ଉମରକୋଟ ୧୧/୦୬: ବେଧଡ଼କ ଗଛ କଟି ସଫା ହୋଇଗଲାଣି ପ୍ରାୟ ୪୦ରୁ ୫୦ ଏକର ଶାଗୁଆନ ଗଛ କାଟି ସଫା ହେଲାଣି। ଗଛ କାଟି ସାରି କାଠ ମାଫିଆ ଉକ୍ତ ଜାଗାକୁ ଟ୍ରାକ୍ଟର ଲଗେଇ ଚାଷ କରି ବିହନ ବୁଣିବା ପାଇଁ ଅଣ୍ଟା ଭିଡ଼ିଥିବା ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ ବନବିଭାଗର ହାତ ଖାଲି । ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ମାଲେମାଲ ହେଲେଣି କାଠ ମାଫିଆ । ଜଙ୍ଗଲ ସଫା ହେବା ପରେ ବଳକା ଥିବା ଜଙ୍ଗଲକୁ ସୁରକ୍ଷା ଦେଉଛି ବନ ବିଭାଗ। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତେଲନଦୀ ବିଟ୍ ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ପୋକନା ଗୁଡ଼ା ବାଲିପଟା ଗ୍ରାମ ସୁନାବେତା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ । ଏହି ଜଙ୍ଗଲରୁ ବହୁମୂଲ୍ୟ ଶାଗୁଆନ ଗଛସବୁ କାଟି ସଫା କଲେଣି । ଏହି ବିଷୟରେ ଉମରକୋଟ ବନବିଭାଗକୁ ଖବର ଦେଲେ ମଧ୍ୟ କୌଣସି ଉତ୍ତର ରଖୁନଥୁବା ସୁନାବେଢା ବନସୁରକ୍ଷା କମିଟି ସୂଚନା ଦେଇଛନ୍ତି। ବାରମ୍ବାର ଲିଖୁତ ଅଭିଯୋଗ ଉମରକୋଟ ବନବିଭାଗ ଅଧିକାରୀଙ୍କୁ ଦେବାପରେ ବି ଅଧ୍ବକାରୀ ଓ ଫରେଷ୍ଟ ଗାର୍ଡ

କଣ୍ଠପାତ କରୁନାହାନ୍ତି ଏହାର କାରଣ କଣ ? ବନବିଭାଗ ରେଞ୍ଜର ଓ କାଠ ମାଫିଆଙ୍କ ମଧ୍ୟରେ କିଛି ମଧୁ ଚନ୍ଦ୍ରିକା ରହିଛି କି ପ୍ରଶ୍ନବଟି ସୃଷ୍ଟି ହେଉଛି। ଖାତିର କରୁନାହାନ୍ତି କାଠ ମାଫିଆ । କାହା ବଳରେ ବଳିୟାନ ଏହି କାଠ ମାଫିଆ ସମୂହ । ବନ ବିଭାଗରେ କାର୍ଯ୍ୟରତ ବଡବଡିଆଙ୍କ ଆଶୀର୍ବାଦ ଅଛି କାଠ ମାଫିଆଙ୍କ ଉପରେ ନା ଆଉ କାହା ଇଙ୍ଗିତରେ ଚାଲିଛି କାଠ ଚୋରା ଚାଲାଣ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସଂରକ୍ଷିତ ଶାଗୁଆନ ଜଙ୍ଗଲରୁ କୋଟି

କୋଟି ଟଙ୍କାର ମୂଲ୍ୟବାନ ଗଛ ଗାୟବ ହେବାରେ ଲାଗିଛି। ଏ ବିଷୟରେ ନବରଙ୍ଗପୁର ଏସିଏଫ୍ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବା ପରେ ସେ କେହିଛନ୍ତି, ‘ମୁଁ ଆସନ୍ତା ୧୨ ତାରିଖରେ ଉମରକୋଟ ଆସି ନିଜେ ଶାଗୁଆନ ଜଙ୍ଗଲ ତଦାରଖ କରିବି । ତଦାରଖ ପରେ କ’ଣ ପଦକ୍ଷେପ ଗ୍ରହଣ କରିବେ ଦେଖୁବାକୁ ରହିଲା। ଅପରପକ୍ଷେ ବେଧଡ଼କ ଜଙ୍ଗଲ କଟା ଚାଲିଥିବା ଯୋଗୁଁ ନିଜର ବାସସ୍ଥାନ ହରେଇବା ସହ ଖାଦ୍ୟ ନପାଇ ଗାଁ ମୁହାଁ ହୋଇ ମରଣ ମୁଖରେ ପଡୁଛନ୍ତି ବନ୍ୟଯନ୍ତୁ ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button