NationOdishaPolitics

ଓଡିଆ ପୁଅ ଧର୍ମେନ୍ଦ୍ର ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ଯକ୍ଷ !

ଭୁବନେଶ୍ୱର ୧୧/୦୬: ଖୁବ ଶୀଘ୍ର ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଚୟନ ହେବାର ଅଛି। ତେବେ ଏହା ପୂର୍ବରୁ କିଏ ଏହି ରାଷ୍ଟ୍ରୀୟ ଅଧ୍ଯକ୍ଷ ହେବ ତାକୁ ନେଇ ନାନା କଳ୍ପନ ଛନାଜଳ୍ପନା ଦେଖା । ଦେଇଛି। ଜୁନ୍ ମାସରୁ ଏ ନେଇ ହାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକ୍ରିୟା ଆରମ୍ଭ ହୋଇପା ସୂଚନା ମିଳିଥିବା ବେଳେ ଏହି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଓଡିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସୂଚନା ଅନୁସାରେ, ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନପ୍ପା ଜାନୁଆରୀ ୨୦୨୦ରୁ ଏହି ପଦରେ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖ୍ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ତେବେ ତାଙ୍କ ଏହି କାର୍ଯ୍ୟକାଳ ପରେ ନୂତନ ରାଷ୍ଟ୍ରୀୟ ଅଧ୍ଯକ୍ଷ ଚୟନ ହେବାର ଅଛି। ଏହି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ରେସରେ ଥିବା ୩ ହେଭିୱେଟଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନ। ଓଡିଶାର ଏହି ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସାଂଗଠନିକ ଦକ୍ଷତା ଥିବାରୁ ଓ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ଖୁବ ନିକଟତର ହୋଇଥିବାରୁ ତାଙ୍କ ନାଁ ସର୍ବପ୍ରଥମେ ଆସୁଛି। ଧର୍ମେନ୍ଦ୍ର ପ୍ରଧାନ ବର୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରହିଛନ୍ତି। ତାଙ୍କ ପରେ ଶିବରାଜ ସିଂହ ଚୌହାନ ନାମ ଏହି ଦୌଡରେ

ରହିଛି। ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତୃଣମୂଳ ସ୍ତରର ଜଣେ ଅଭିଜ୍ଞ ନେତା। ତୃତୀୟରେ ରହିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏବେ ସେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ତାଙ୍କ ପାଖରେ ମଧ୍ୟ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ପଦ ପାଇଁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button