Politics

ବିଶ୍ବ ଆଦିବାସୀ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ଜିଲ୍ଲା ଝରିଗାଁ-୧୦.୦୬.୨୫ ନବରଙ୍ଗପୁର ଝରିଗାଁ ବ୍ଲକ ଝରିଗାଁ ସମ୍ମିଳନୀ କକ୍ଷ ଠାରେ ଝରିଗାଁ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପ୍ରଥମେ ଚଳିତ ବର୍ଷ ଅଗଷ୍ଟ ୯ ହହେବାକୁ ଥିବା ବିଶ୍ବ ଆଦିବାସୀ ଦିବସ ପାଳନ ଝରିଗାଁ ବ୍ଲକ ଠାରେ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ଏବଂ ଏହି ବର୍ଷ କିପରି ଆଡମ୍ବର ରେ ପାଳନ କରାଯିବ ତାହା ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରିବା ସହ ପରିଚାଳନା କମିଟି ମଧ୍ଯ ପ୍ରସ୍ତୁତି କରାଯାଇଥିଲା ।ତେବେ ଏହା ସହ ଝରିଗାଁ ବ୍ଲକ ଠାରେ ଏକ ବ୍ଲକ ସଂସ୍କୃତି ବୈଠକ ହଲ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବା ନେଇ ଆଲୋଚନା କରାଯାଇଥିଲା ଏବଂ ଝରିଗାଁ ଡାବୁଗାଁ ମୁଖ୍ୟରାସ୍ତା ନିର୍ମାଣଧୂନ କୋର୍ଟ ସମ୍ମୁଖରେ ଜାଗା ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଝରିଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚର ସଭାପତି ଘନ ମାଝୀ,ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଦକ୍ଷିଣ ଆଦିବାସୀ ମହାସଂଘ ଜିଲ୍ଲା ସଂଯୋଜକ ସାହେବ ସାନ୍ତା, ଜିଲ୍ଲା ଜନଜାତି ଉପସଭାପତି ପଦ୍ମମନ ସାନ୍ତା, କର୍ମଚାରୀ ସଂଘ ସଂଯୋଜକ ଚନ୍ଦ୍ର ପୂଜାରୀ, ଝରିଗାଁ ବ୍ଲକଜନଜାତି ସୁରକ୍ଷା ମଞ୍ଚ ସମ୍ପାଦକ ଦିବାକର ହଲବା, କୋଷାଧ୍ୟକ୍ଷ ସୁକଚନ୍ଦ ମାଝୀ, ବରିଷ୍ଠ ସମାଜ ସେବୀ ସହ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ଏବଂ ୯ ଗୋଟି ଆଦିବାସୀ ସମ୍ପ୍ରଦାୟର ସଭାପତି,ସମାଜ ମୁଖ୍ୟ ମାନେ ଯୋଗ ଦେଇଥିଲେ ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button