ଡାବୁଗାଁ ୯/୬
ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ବିଡିଓ ପ୍ରକୋଷ୍ଠରେ ବ୍ଲକସ୍ତରୀୟ ଯୁଗ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲାପାଳ ଡ ଶୁଭଙ୍କର ମହାପାତ୍ର ୩୨ ଅଭିଯୋଗ ର ଶୁଣାଣି କରି ସମାଧାନ ପାଇଁ ବିଭାଗୀୟ ଅଧୂଜାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଡାବୁଗାଁରୁ ମାନିଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା, ଜଗନ୍ନାଥ ମନ୍ଦିରରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଦାବି ହୋଇଛି I ନିମ୍ନମାନର କାର୍ଯ୍ୟ ହେଉଥିବା ଓ ଡାବୁଗାଁ ଲ୍ୟାମ୍ପସରେ ୨ ବର୍ଷ ହେଲା ଚାଷୀଙ୍କୁ ସାର ନ ମିଳିବା, ଜବାଗୁଡ଼ା ପଞ୍ଚାୟତର ହିତାଧିକାରୀମାନେ ଗାଈ ଗୁହାଳ ପାଇଁ ଆବେଦନ କରିବା ସତ୍ତ୍ୱେ ତାହା ମିଳିନି। ମେଦନା ବିଦ୍ୟାଳୟରେ ନଳକୂପ ଖନନ, ଡଙ୍ଗରିଗୁଡ଼ା ପଞ୍ଚାୟତ ଜୟନ୍ତୀନଗର ଗ୍ରାମରେ ଡ୍ରେନ ନିର୍ମାଣ, ପାପଡ଼ାହାଣ୍ଡି ବ୍ଲକ ଡୋକ୍ରୀଭଳା ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରରେ ରୋଷେୟା ନିଯୁକ୍ତି ଓ କେନ୍ଦୁଗୁଡା ଗ୍ରାମରେ ଜମି ସମସ୍ୟା, ନନ୍ଦପୁରାରେ ସରକାରୀ ଜମି ଚିହ୍ନଟ, ଜବାଗୁଜା ପଞ୍ଚାୟତ ସନ୍ଧି ଡ଼ଙ୍ଗରିଗୁଡା ଗ୍ରାମର ଚମ୍ପା ଭତରା କର୍କଟ
ଜିଲାପାଳ ଓ ଅନ୍ୟ ଅଧୁକାରୀଙ୍କ ସହ ସହାୟତା ପାଇଥିବା ହିତାଧୁକାରୀ।
ରୋଗରେ ପୀଡିତ ହୋଇ ଆନ୍ଧ୍ରପ୍ରଦେଶ ର ବିଶାଖାପାଟନମ ଠାରେ ଚିକିସ୍ଥିତ ହେଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଭଳି ଅଭିଯୋଗ ହୋଇଥିଲା। ଅଭିଯୋଗ ଶୁଣାଣି ପରେ ୧୫ ହିତାଧିକାରୀଙ୍କୁ ହୁଇଲଚେୟାର ପ୍ରଦାନ କରାଯାଇଛି। ପରେ ଜିଲାପାଳ
ଡାବୁଗାଁ ମେଡିକାଲର ନୂତନ ଗୃହ କାର୍ଯ୍ୟ ଓ ଡାବୁଗାଁ – ମାନିଗାଁ ରାସ୍ତା କାର୍ଯ୍ୟ ପରିଦର୍ଶନ କରିଥିଲେ।
ଏହି ସମୟରେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅକ୍ଷକ ଆଦିତ୍ୟ ସେନ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚୁ ନାରାୟଣ
ଦରୱାନ, ଉପଜିଲାପାଳ ପ୍ରକାଶ ମିଶ୍ର, ଜିଲା ମୁଖ୍ୟ ଚିକିସାଧୁକାରୀ ଜା. ସନ୍ତୋଷ ପଣ୍ଡା, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାଜୀବ ସାହୁ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ର, ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁଚରଣ କିଶାନ, ଜିଲା ମଙ୍ଗଳ ଅଧିକାରୀ ପାଲିକା ରବୀନ୍ଦ୍ର, ଜିଲା ସାମାଜିକ ସୁରକ୍ଷା
ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି
ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିସାକାରୀ ଡା. ରାଧେଶ୍ୟାମ ଲାଇକ, ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତୀକ ରାଉତ, ଜିଇଓ ଛତ୍ରପତି ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧୁକାରୀ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ବ୍ଲକ ଅଧ୍ଯକ୍ଷା ବୀଣା ମାଝି, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ପାପଡ଼ାହାଣ୍ଡି କୃଷି ଜିଲା ଅଧ୍ବକାରୀ ବିଶ୍ବଜିତସାହୁ, ତହସିଲଦାର ଗୀତା ମୁର୍ମୁ, ସିଡିପିଓ ମିନତୀ ଦାଶ, ଡାବୁଗାଁ ବିଇଓ ରଶ୍ମିତା ନେତମ, ବନପାଳ ରମାକାନ୍ତ ପଟ୍ଟନାୟକ, ପୂର୍ବ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର ସାହୁ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଟା ଧଳ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃରିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଜିଲା ଓ ବ୍ଲକସ୍ଥରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।