
ପାପଡାହାଣ୍ଡି, ୦୩/୦୬ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ନଅ ଦିନିଆଁ ଘଣ୍ଟ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି, ଏହି ଯାତ୍ରା ୦ ୨.୦୬.୨୫ ସୋମବାର ରୁ ୧୦.୦୬.୨୫ ମଙ୍ଗଳବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ମାଙ୍କ ତିନୋଟି ଘଣ୍ଟ ପ୍ରତ୍ୟେକ ଦିନ ଅପରାହ୍ନରେ ବଡ଼ ଆଢ଼ମ୍ବରର ସହକାରେ ମନ୍ଦିରରୁ ବାହାରିଥାଏ, ଗ୍ରାମର ଲୋକ ମାନେ ମାଙ୍କୁ ଦୀପ, ଧୂପ ଓ ନଡ଼ିଆ ଭାଙ୍ଗି ଭୋଗ ଲଗାଇ ପୂଜାର୍ଚ୍ଚନା କରିଥାନ୍ତ,ମାଙ୍କ ଘଟ ନଅ ଦିନ ଧରି ବିଭିନ୍ନ ଗ୍ରାମ ପରିକ୍ରମା କରିବ, ଦଳେଇଗୁଡ଼ା, ତଣ୍ଡାଗୁଡା, ଡକରାଗୁଡା, ଡ଼କରିବେଡା, ସୁନାଡ଼ଙ୍ଗରି ଆଦି ଅଂଚଳ
ସହ ପାପଡାହା ହାଣ୍ଡି ଗ୍ରାମ ପରିକ୍ରମା କରି ଶେଷ ଦିନରେ ଭଉଣୀ ଘର ମାଝୀଗୁଡା ପହଂଚିବା ପରେ ମାଙ୍କ ଘଟ ବିସର୍ଜନ କରାଯିବି, ପ୍ରତେକ ଅଞ୍ଚଳରେ ଚୈତ୍ର ମାସରେ ଘଟ ଯାତ୍ରା ହେଉଥିବା ବେଳେ ପାପଡାହାଣ୍ଡିରେ ଜ୍ୟୋଷ୍ଠ ମାସରେ ଘଟ ଯାତ୍ରା ହେଉଥିବାରୁ ଅଂଚଳରେ ରେ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥାଏ, ସ୍ଥାନୀୟ ପୂଜା କମିଟି ପକ୍ଷରୁ ମନ୍ଦି ମନ୍ଦିର ଠାରୁ ପୁରା ଗ୍ରାମରେ ତୋରଣ ଓ ଆଲୋକିକରଣ କରାଯାଇଛି,ପ୍ରତେ ଦିନ ସନ୍ଧ୍ୟାରେ ତେକ ନ୍ଧ୍ୟାରେ ମାଙ୍କ ଘଟ ଘଟ ଗ୍ରାମ ପରିକ୍ରମା କରି ମନ୍ଦିରକୁ ଫେରିବା ବେଳେ ବିଢି ବିଭିନ୍ନ ପ୍ରକାର ବାଣ ଣ ଫୁଟଇ ଥାନ୍ତି ଏବଂ ମହିଳା ମାନେ ପାରମ୍ପାରିକ ଢେମସା ନାଚ ଦ୍ବାରା ସ୍ବାଗତ ସହ ଆଣିଥାନ୍ତି, ଏହି ଘଟ ଯାତ୍ରା ଉପଲକ୍ଷେ ମନ୍ଦିର କମିଟି ତରଫରୁ ବିଭିନ୍ନ ଦିନ ମାନଙ୍କରେ ଆଦିବାସୀ ନାଟକ ପରିବେଷଣ ର କାର୍ଯ୍ୟକ୍ରମ ରଖାଯାଇଛି, ଏହି ଯାତ୍ରା କୁ ଜମିଟି ର ଟୁପ୍ତେଶ୍ବର ମାନକ, ଅଜୟ ବିଶୋଇ, ଜତିନ ନାୟକ, ଅଲେଖ ବେହେରା, ପ୍ରସାଦ ନାୟକ, ଗଙ୍ଗାଧର ନାୟକ ପ୍ରମୁଖ ପରିଚାଳନା କରୁଛନ୍ତି l
Govinda tripathy 84805 56478 district president nabarangpur