District
ଡାବୁଗାଁ ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କୁ ଅଦା ବିହନ ବଣ୍ଟନ

ଡାବୁଗାଁ ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କୁ ଅଦା ବିହନ ବଣ୍ଟନ
ନବରଙ୍ଗପୁର:-ଡାବୁଗାଁ ବ୍ଲକ ର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଡାବୁଗାଁ ବ୍ଲକ ର ଚାଷୀ ଙ୍କୁ ଅଦା ବିହନ ବଣ୍ଟନ ମଙ୍ଗଳବାର କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ର ୧୨ ଟି ପଞ୍ଚାୟତ ର ୪ ହେକ୍ଟର ଜମି ରେ ଅଦା ଚାଷ ପାଇଁ ୪୦ଜଣ ଚଷି ଙ୍କୁ ୭୫ କେଜି ଲେଖାଏଁ ୩ କୁଇଣ୍ଟାଲ ଅଦା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ଚାଷୀ ଙ୍କୁ ଅଦା ବଣ୍ଟନ କରିଥିଲେ । ଅଦା ଚାଷ ହେବା ପରେ ଚାଷୀ ଙ୍କୁ ସରକାର ଙ୍କ ତାରଫରୁ ସବସିଡି ଦିଆଯିବ ବୋଲି ଶ୍ରୀ ପଣ୍ଡା ଚାଷୀଙ୍କୁ ସୂଚନା ପ୍ରଦାନ କରିଥିଲେ ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



