ମରଣଯନ୍ତା ପାଲଟିଛି ପାରେଶ୍ୱରପ୍ରୁର (ବାଲି) ଟ୍ରାନ୍ସଫର୍ମର ନିରବ ସାଜିଛି ବିଦ୍ୟୁତ ବିଭାଗ, ବିପଦପୂର୍ଣ୍ଣ ଗ୍ରାମବାସୀ

ମରଣଯନ୍ତା ପାଲଟିଛି ପାରେଶ୍ୱରପ୍ରୁର (ବାଲି) ଟ୍ରାନ୍ସଫର୍ମର ନିରବ ସାଜିଛି ବିଦ୍ୟୁତ ବିଭାଗ, ବିପଦପୂର୍ଣ୍ଣ ଗ୍ରାମବାସୀ
ମାର୍ଶାଘାଇ, ୧୮|୫:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାରେଶ୍ୱରପୁର (ବାଲି) ଗ୍ରାମରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଏବେ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି। ଗ୍ରାମର ମଧ୍ଯସୁଳ ଛକ ଉପରେ ଅସୁରକ୍ଷିତ ଭାବେ ଥିବା ଏହି ମୁକୁଳା ଟ୍ରାନ୍ସଫର୍ମର ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଗୃହପାଳିତ ପଶୁଙ୍କ ଜୀବନ ମଧ୍ୟ ଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଟ୍ରାନ୍ସଫର୍ମରଟି ଜନଗହଳିପୂର୍ଣ୍ନ ସହସ୍ଥାନରେ ଥିବାରୁ ପ୍ରତିଦିନ ଶହ ଶହ ଲୋକ ଓ ଗୃହପାଳିତ ପଶୁ ଯାତାୟାତ କରୁଛନ୍ତି। କିନ୍ତୁ ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଓ ଅବହେଳା ଯୋଗୁଁ ଏହି ସ୍ଥାନ ଏବେ ଅତ୍ୟନ୍ତ ବିପଦଜନକ ହୋଇପଡିଛି। ବାରମ୍ବାର ବିଭାଗୀୟ ଅଧୂକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। “ଆଉ କେତେ ଜୀବନ ଗଲେ ବିଭାଗର ନିଦ ଭାଙ୍ଗିବ ?” ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିବା ବେଳେ ଏ ଠାରେ ତୁରନ୍ତି ଟ୍ରାନ୍ସଫର୍ମର ଚାରିପାଖରେ ବାରିକେଡ ବ୍ୟବସ୍ଥା କରିବାକୁ ଦୃଢ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ବିଦ୍ୟୁତ ବିଭାଗ କୌଣସି ଠୋସ ପଦକ୍ଷେପ ନ ନିଏ। ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ପ୍ରଶାସନ ଓ ବିଦ୍ୟୁତ ବିଭାଗ ଏହି ଗୁରୁତର ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉଛି ଓ କେବେ ସମାଧାନ କରୁଛି। ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଗୋବିନ୍ଦ ତ୍ରିପାଠୀ ରିପୋର୍ଟ



