District
ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ବୈଠକ

ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ବୈଠକ
ନବରଙ୍ଗପୁର :-ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅର୍ଜୁନ ଭତ୍ରା ଓ ସଂପାଦକ ଅଶୋକ ପାତ୍ର ବୈଠକ କୁ ପରିଚାଳନା କରିଥିଲେ। ରାଜ୍ୟ ଉପ ସଭାପତି ବାବୁଲା ପାଳ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, କୋଷାଧ୍ୟକ୍ଷ ରାମ ମୋହନ ଚୌଧୁରୀ, ସହ ସଂପାଦକ ଭବାନୀ ଶଙ୍କର ବିଷୟୀ, ରବିନ୍ଦ୍ର ବିଶ୍ୱାସରାୟ, ତ୍ରୀନାଥ ସିଂ, ସିରା ସୌରା, ମୁନା ଭାଟ, ସଦନ ସୌରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ସଂକୀର୍ତ୍ତନ ମଣ୍ଡଳୀ ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଆସି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର



