District

ସରକାରୀ ସ୍ଥାନରୁ ଜବରଦଖଲ ଉଚ୍ଛେଦ

ସରକାରୀ ସ୍ଥାନରୁ ଜବରଦଖଲ ଉଚ୍ଛେଦ

ଉମରକୋଟ,,୧୦/୫ ,ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର ରିପୋର୍ଟ୍

ନବରଙ୍ଗପୁର ଉମରକୋଟ ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଆରମ୍ଭକରାଯାଇଛି। ମୋଟ ୧୭ଟି ଜବରଦଖଲ ଘର ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୋଜନା ରହିଥିଲା। ସେଥ୍‌ମଧ୍ୟରୁ ଡଙ୍ଗରିଗୁଡା ଷ୍ଟାଡିୟମ ନିକଟରେ ୧୦ ଓ ମେନ୍ଦାବେଡ଼ା, ଦର୍ଗାଗୁଡ଼ା ଓ ନୂଆଗୁଡ଼ା ମୌଜାର ୭ଘରକୁଜବତ ଦଖଲ ଉଚ୍ଛେଦ କରିବାର ଥିଲା। କିନ୍ତୁ ଡଙ୍ଗରିଗୁଡା ଷ୍ଟାଡିୟମ

ନୂଆଗୁଡ଼ାରେ ଜବରଦଖଲ ହଟାଯାଉଛି।

ନିକଟର ୧୦ ପରିବାର ହାଇକୋର୍ଟରୁ ରହିତାଦେଶ ଆଣିଥିବାରୁ ସେଗୁଡ଼ିକୁ ଉଚ୍ଛେଦ କରାଯାଇନାହିଁ ବୋଲି ଉମରକୋଟ ତହସିଲଦାର ମେଗବାନ ବାନ ସୂଚନା ଦେଇଛନ୍ତି । ତେବେ ଅନ୍ୟ ୭ ଘରକୁ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଭାଙ୍ଗିଦିଆଯାଇଛି

ଜବରଦଖଲ ସମୟରେ ଉମରକୋଟ ତହସିଲଦାର ମେଗବାନ ବାଗ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ଆଇଆଇସି ବିପିନ କୁମାର ବାଗ ଓ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button