District

ଦଶମନ୍ତପୁର ବ୍ଲକରେ ପିଚୁ ରାସ୍ତା କାର୍ଯ୍ୟରେ ମହା ଦୁର୍ନୀତି ଅଭିଯୋଗ ଅଞ୍ଚଳବାସୀ

ଦଶମନ୍ତପୁର ବ୍ଲକରେ ପିଚୁ ରାସ୍ତା କାର୍ଯ୍ୟରେ ମହା ଦୁର୍ନୀତି ଅଭିଯୋଗ ଅଞ୍ଚଳବାସୀ

ଗୋବିନ୍ଦ ତ୍ରିପାଠୀ, ରିପୋର୍ଟ୍ ଦଶମନ୍ତପୁର

କୋରାପୁଟ, ୧୦/୫ :କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳରେ ଚାଲିଥିବା ପଞ୍ଚଡା ଠାରୁ ଦଶମନ୍ତପୁର, ଦଶମନ୍ତପୁର ଠାରୁ ଗିର୍ଲି ଗୁମ୍ଫା,ଗିର୍ଲି ଗୁମ୍ମା ଠାର ଜେଟିଆଗୁଡା ପର୍ଯ୍ୟନ୍ତ PWD ବା R&B

ବିଭାଗ ଅଧୀନରେ ନିମାଣ ହୋଇଥିବା ପିଚୁ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଘଟି ଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୂଯାୟୀ, ରାସ୍ତା କାମରେ ନିର୍ଦ୍ଧାରିତ ମାନ ଅନୁସରଣ କରାଯାଇନଥିବା ବେଳେ କେତେକ ସ୍ଥାନରେ ମାଟି, ମେଟାଲ, ବଜ୍ର ଓ ପିଚୁ କୁ ଠିକ୍ ମାପଦଣ୍ଡ ଅନୂଯାୟୀ ବ୍ୟବହାର କରାଯାଇନଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତା ଅତ୍ୟଳ୍ପ ସମୟ ମଧ୍ୟରେ ଖରାପ ହେବା ସହ ଯାତାୟାତରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ଠିକାଦାର ମାନେ କାମ ସାଇଡ଼ରେ ରହି କାମ କରିବା ଦରକାର କିନ୍ତୁ ଏଠାରେ ଦେଖୁବାକୁ ମିଳିଛି ଏହାର ଓଲଟା ଲେବର ବନୁଛନ୍ତି ଠିକାଦାର ଏବଂ ଜେଇ ବନୁଛନ୍ତି ମିସ୍ତ୍ରୀ । ସେଥ୍ ଯୋଗୁଁ ଦୀର୍ଘଦିନ ଯାଉନି ରାସ୍ତା, କଲ୍ ଭେଟ ଏବଂ ବ୍ରିଜ୍। ଏବାବଦରେ ସାମ୍ନା ସାମ୍ନୀ ଜେଇ ଲଳିତ କୁମାର ମହନ୍ତ ଏବଂ ଏସ୍ ଡିଓ ଆକାଶ କୁମାର ଗୁପ୍ତା ଙ୍କୁ ଭିନ୍ନ ଭିନ୍ନ

ବିଷୟରେ ନିମ୍ନ ମାନର କାମର ବିଷୟବସ୍ତୁକୁ ଅଲୋକପାତ କରିଥିଲେ ମଧ୍ୟ ସେମାନେ ବିଭିନ୍ନ ଆଳ ଦେଖାଇ ଚାଲିଯାଇଥିଲେ। ପୁଣି ଏବାବଦରେ ଉପସ୍ଥିତ ଅଧିକାରୀ ଏଇ ଶୂଭକାନ୍ତ ବାରିକଙ୍କୁ ବାରମ୍ବାର ଦେଖାକରିବାକୁ ଗଲେ ବି ସେ କାର୍ଯ୍ୟାଳୟରେ ରହୁନାହାନ୍ତି କି ଫୋନ୍ ମଧ୍ଯ ଉଠାଉ ନାହାନ୍ତି । କିନ୍ତୁ ଦୁଃଖର ବିଷୟ ଯେ ଜିଲ୍ଲାପାଳଙ୍କ ଛତ୍ରଛାୟ ତଳେ

ସୁବିଧା ଓ ସ୍ଵଚ୍ଛ ପ୍ରଶାସନର ଅଧିକାର ମିଳି ଥାଏ। ସେହି ପରି ଧାରା ୨୧ ଅନୁଯାୟୀ ସୁରକ୍ଷିତ ଯାତାୟାତ ଓ ଜୀବନ ଯାପନର ଅଧିକାର ନିଶ୍ଚିତ କରାଯାଇଛି। ଏହିପରି ଅବହେଳାପୂର୍ଣ କାର୍ଯ୍ୟ ସାଧାରଣ ଲୋକଙ୍କ ଅଧିକାରକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା

ଥାଇ କି ବି ଅଧିକାର ମାନେ କିଛି ଭୟ କରୁନାହାନ୍ତି। ବିଶେଷକରି ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ କରି ଯଥା ଶୀଘ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ରାସ୍ତା ନିର୍ମାଣରେ ନିର୍ଦ୍ଧାରିତ ଗୁଣମାନ ରକ୍ଷା କରିବା ଅନିବାର୍ୟ । ଭାରତୀୟ ସମ୍ବିଧାନର ଧାରା ୧୪ ଅନୁଯାୟୀ ସମସ୍ତଙ୍କୁ ସମାନ

କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହା ଯଦି ଏହାକୁ ଆଗାମୀ ଦିନମାନଙ୍କରେ ପୁଙ୍ଖାନୁପୁଙ୍ଖ ଭାବେ ତଦାରଖ କରାନଯାଏ ତେବେ ସମସ୍ତ ତଥ୍ୟ ଦାଖଲ କରିବା ସହ ତୀବ୍ରତା ସହିତ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button