ଉଡ଼ିଲା ଛପର, ଭାଙ୍ଗିଲା ଗଛ ନବରଙ୍ଗପୁରରେ କାଳ ବୈଶାଖୀ ତାଣ୍ଡବ

ଉଡ଼ିଲା ଛପର, ଭାଙ୍ଗିଲା ଗଛ ନବରଙ୍ଗପୁରରେ କାଳ ବୈଶାଖୀ ତାଣ୍ଡବ
ପାପଡ଼ାହାଣ୍ଡିରେ କାନ୍ଥପଡ଼ି ବୃଦ୍ଧ ଦମ୍ପତି ଗୁରୁତର
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ନନ୍ଦାହାଣ୍ଡି/ ପାପଡ଼ାହାଣ୍ଡି,ତ।୩/୫
କାଳ ବୈଶାଖୀ ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ଛପର ଉଡ଼ିଯାଇଥିବା ବେଳେ କେଉଁଠି ଗଛ ଭାଙ୍ଗି ପଡ଼ିଛି । ବିଶେଷ କରି ନନ୍ଦାହାଣ୍ଡି ଓ ପାପଡ଼ାହାଣ୍ଡି ବ୍ଲକରେ ବ୍ୟାପକ କ୍ଷତି ହୋଇଛି।
ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଅତ୍ୟଧିକ ପବନ ହେବାରୁ ଖଡିଆଗୁଡ଼ା ଗ୍ରାମର ହରିହର ପାଇକଙ୍କ ଘରର ସବୁ ଆଜବେଷ୍ଟସ ଉଡ଼ିଯାଇଛି I ବର୍ଷା ପ୍ରଭାବରେ ଘରର ସମସ୍ତ ଆସବା ପତ୍ର ନଷ୍ଟ ହୋଇଛି। ହରିହର ନିଜ ସ୍ତ୍ରୀଙ୍କ ସହ ସେହି ଘରେ ରହୁଥିଲେ। ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଫଳରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଶନିବାର ଖବରପାଇ ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇ ଅସ୍ଥାୟୀ ଓ ଜରୁରୀକାଳୀନ ସାହାୟତା
(ନନ୍ଦାହାଣ୍ଡି ଖଡିଆଗୁଡ଼ା ଗ୍ରାମରେ ଭାଙ୍ଗିଯାଇଥିବା ଏକ ଘର)
ମୁତାବକ ଏକ ପଲିଥିନ ଯୋଗେଇ ଦେଇଛନ୍ତି । ହରିହରଙ୍କଠାରୁ ଆବଶ୍ୟକୀୟ ନଥିପତ୍ର ନେଇ କ୍ଷୟକ୍ଷତି ଆକଳନ କରିବା ସହ ସରକାରୀ ନିୟମ ପ୍ରକାରେ ସହାୟତା ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିଭଳି ସାଗରମୁଣ୍ଡା ବିଦ୍ୟାଳୟରୁ ମଧ୍ୟ ଟିଣ ଉଡ଼ିଯାଇଛି। ନିକଟସ୍ଥ ଏକ ଗଛ ଉପୁଡି ସ୍କୁଲ ଘର ଉପରେ ପଡିବାରୁ ଘରଟି ଭାଙ୍ଗିଯାଇଥିବା ସୂଚନା ମିଳିଛି।
ପାପଡ଼ାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଲାଇବାନପଦର ଗ୍ରାମରେ ଶନିବାର ଅପରାହ୍ନ ୪ଟାରେ
କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଥିଲା। ସମୟରେ ରେ ଏକ ଗଛ ପଡ଼ି ଯିବାରୁ ତାହା ଭାଙ୍ଗି ଯାଇଥିଲା। ଘରେ ଥିବା ଶୁକୃ ସାନ୍ତା ଓ ଫୁଲମୋନି ସାନ୍ତା ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଉନ୍ନତ ଚିକିତ୍ସା ପାଇ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଜଟାବାଲ ଠାରେ ଅବଦୁଲ ଜାଫରଙ୍କ ଘରର ଟିଣ ଉଡ଼ିଯାଇଥିବା ସୂଚନା ମିଳିଛି।



