District

ଗରିବ ମାନଙ୍କୁ ଉପହାସ କରୁଛି ଆବାସ ଯୋଜନା ଆବ।ସ ଯୋଜନା ରୁ ବଞ୍ଚିତ ଦଶୁ ଦିଶାରୀ

ଗରିବ ମାନଙ୍କୁ ଉପହାସ କରୁଛି ଆବାସ ଯୋଜନା ଆବ।ସ ଯୋଜନା ରୁ ବଞ୍ଚିତ ଦଶୁ ଦିଶାରୀ

ଗୋବିନ୍ଦ ତ୍ରିପାଠୀ,କୋରାପୁଟ

କୋରାପୁଟ,ତ। ୩/୫
ସରକାରୀ ଆବାସଯୋଜନାରୁ ବଞ୍ଚିତ ବିଧବା ମହିଳା ବାରମ୍ବାର ଅଭିଯୋଗ କରିବା ସ୍ବତ୍ତେ ସେଥିରୁ ବଞ୍ଚିତ ଅଛନ୍ତି । ଜଣେ ବିଧବା ମହିଳା ନାମ ଦଶୁ ଦିଶାରୀ ବୟସ ୩୦ ତାଙ୍କ କହିବା ଅନୁସାରେ ୨୦୧୭ ମସିହା ପୂର୍ବରୁ ସରକାରୀ ଘର ପାଇଁ ବାରମ୍ବାର ଆବେଦନ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେ ସରକାରୀ ଯୋଜନା ରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏପରି ଦୃଶ୍ୟ ଦେଖୁବାକୁ ମିଳୁଛି କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଧାରୀ ଗ୍ରାମର ଆଦିବାସୀ ସାହି ବାସିନ୍ଦା ଦସୁ ଦିଶାରୀ । ସରକାରୀ ଯୋଜନାରୁ ଆବାସ ଘର ପାଇବା ପାଇଁ ବହୁତ୍ ପ୍ରକାର ଚେଷ୍ଟା କରିଛନ୍ତି । ଏମିତିକି ବାରମ୍ବାର ପଞ୍ଚାୟତ ଅଫିସରୁ ବ୍ଲକ୍ ଅଫିସ୍ ଯାଏଁ ଧାଇଁ ଧାଇଁ ନୟାନ ହୋଇ ଯାଇଥିଲେ ସୁଦ୍ଧା ସରକାର ଘର ଟିଏ ଯୋଗାଇ ପାରିଲେ ନାହିଁ। ଯାହା ଫଳରେ ସେ ଗୋଟେ ଭଙ୍ଗା କୁଡିଆ ଘରେ ପଡ଼ି ରହିଛନ୍ତି । ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ତେବେ ଉକ୍ତ ବ୍ଲକର ଅଧିକାରୀ ମାନେ କ’ଣ କରୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ବୟସର ଅପରାହ୍ନରେ ୩୦ ବର୍ଷର ଦସୁ ଦିଶାରୀଙ୍କୁ ସରକାର ଘରଟିଏ ଦେଲେ ସେ ଖୁସିରେ ରହିବେ ବୋଲି ଗଣ ମାଧ୍ୟମରେ କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button