District

ଶିକ୍ଷା ସଫଳତାରେ ସୁନାବେଡାର ଗୌରବ HSC ପରୀକ୍ଷା–୨୦୨୬ ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉଲ୍ଲେଖନୀୟ ସଫଳତା

ଶିକ୍ଷା ସଫଳତାରେ ସୁନାବେଡାର ଗୌରବ
HSC ପରୀକ୍ଷା–୨୦୨୬ ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉଲ୍ଲେଖନୀୟ ସଫଳତା
ସୁନାବେଡା- 2/05 (ଇମିସ )
ଚଳିତ ବର୍ଷ ଆୟୋଜିତ HSC ପରୀକ୍ଷା–୨୦୨୬ ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସୁନାବେଡାର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ପରିଣାମ ଅର୍ଜନ କରି ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି।
ବିଦ୍ୟାଳୟର ଛାତ୍ରୀ ଜିଜ୍ଞାନ୍ସା ମହାରଣା ୫୪୮ ମାର୍କ (୯୧.୩୩%) ପାଇ ପ୍ରଥମ ସ୍ଥାନ ଅଧିକାର କରି ସ୍କୁଲ୍ ଟପ୍ପର ହୋଇଛନ୍ତି। ସେହିପରି ଲିପ୍ସିକା ପାଣ୍ଡି ୫୪୭ ମାର୍କ (୯୧.୧୬%) ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ଏହା ସହ ହୃଦାନନ୍ଦ ନାୟକ ଓ ଶ୍ରାବଣୀ ଗୌଡ଼ା ଉଭୟେ ୫୪୦ ମାର୍କ (୯୦%) ଅର୍ଜନ କରି ବିଦ୍ୟାଳୟର ସଫଳତାରେ ନୂତନ ଅଧ୍ୟାୟ ଯୋଗ କରିଛନ୍ତି।
ଶିକ୍ଷକମାନଙ୍କ ନିରନ୍ତର ପରିଶ୍ରମ, ଅଭିଭାବକଙ୍କ ସହଯୋଗ ଓ ଛାତ୍ରଛାତ୍ରୀମାନଙ୍କ ଦୃଢ଼ ସଙ୍କଳ୍ପ ଫଳରେ ଏହି ଉତ୍କୃଷ୍ଟ ପରିଣାମ ସମ୍ଭବ ହୋଇଥିବା ବୋଲି ବିଦ୍ୟାଳୟ ପକ୍ଷରୁ ଜଣାପଡ଼ିଛି।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀ କାନ୍ତ ମିଶ୍ର, ଶିକ୍ଷୟତ୍ରୀ ପୁଷ୍ପା ଲତା ପାତ୍ର ଓ ସ୍କୁଲ ର ସମ୍ପାଦକ ସମିୟ ରଞ୍ଜନ ପଣ୍ଡା ଓ ଶିକ୍ଷକମାନେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।
👉 ଏହି ସଫଳତା ଟି ସ୍କୁଲ ର ପ୍ରଧାନ ଆଚଯ୍ୟ ଲକ୍ଷ୍ମୀ କାନ୍ତ ମିଶ୍ର ଓ 10th କ୍ଲାସ ଶ୍ରେଣୀ ଶିକ୍ଷତ୍ରୀ ପୁଷ୍ପ ଲତା ପାତ୍ର ର ଚେଷ୍ଠା ରେ 20 ବର୍ଷ ପରେ ଏହିପରି result ଦେଖିବାକୁ ମିଳିଛି କହି ଆଭିଭାବକ ମାନେ ପ୍ରକାଶ କରିଛନ୍ତି ଓ ଏ

ଅଞ୍ଚଳରେ ଶିକ୍ଷା ପ୍ରତି ନୂତନ ଉତ୍ସାହ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ମହଳରେ ଖୁସିର ଲହରୀ ଦେଖାଦେଇଛି।

Admin - Odisha State News

Related Articles

Leave a Reply

Your email address will not be published. Required fields are marked *

Back to top button