ଡାବୁଗାଁ ଅଂଚଳରେ ପାଳିତ ହେଲା ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆ ବର୍ଷ

ଡାବୁଗାଁ ଅଂଚଳରେ ପାଳିତ ହେଲା ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆ ବର୍ଷ*
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସ୍ଥିତ ହନୁମାନ ଓ ତାରିଣୀ ମନ୍ଦିରରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ମହାସମାରୋହରେ ପାଳନ କରାଯାଇଛି । ହନୁମାନ ମନ୍ଦିର ବ୍ୟତୀତ ଏଠାରେ ଥିବା ସମସ୍ତ ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ରାମ ମନ୍ଦିର ଓ ତାରିଣୀ ମନ୍ଦିର ଏବଂ ସମସ୍ତ ଦେବୀ ପୀଠରେ ସ୍ବତନ୍ତ୍ର ଉତ୍ସବ ସାଙ୍ଗକୁ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଛି ।
ଏହି ଅବସରରେ ଜୟନ୍ତୀନଗର ହନୁମାନ ମନ୍ଦିରରେ ପୂଜକ ରୀତିନୀତି ଅନୁଯାୟୀ ପୂଜା ପାଠ ସହ ହୋମଯଜ୍ଞ, ହନୁମାନ ଚାଳିସା ପାଠ କରିଥିଲେ । ଭକ୍ତମାନେ ଆଜି ଡାବୁଗାଁ ଅଞ୍ଚଳର ସବୁ ମନ୍ଦିର ବୁଲିବା ସହ ଦେବାଦେବୀଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ପଣା ସଂକ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ କମିଟି ତରଫରୁ ମନ୍ଦିରରେ ପଣା ଭୋଗ ଲାଗି କରାଯାଇଛି । ଏହି ପଣାରେ ପାଚିଲା ବେଲ, ଗୂଡ଼, ଚିନି, ଛେନା, କଦଳୀ, ଆମ୍ବ, ନଡ଼ିଆ, ଦହି, ବିଭିନ୍ନ ପ୍ରକାର ପାଚିଲା ଫଳ ମିଶାଇ ସୁସ୍ଵାଦ ପଣା ପ୍ରସ୍ତୁତ କରି ରୀତିନୀତି ଅନୁଯାୟୀ ପୂଜା କରିବା ପରେ ଆସିଥିବା ସମସ୍ତ ଭକ୍ତଙ୍କୁ ବଣ୍ଟନ କରିଥିଲେ ।ହନୁମାନ ମନ୍ଦିର ଏବଂ ତାରିଣୀ ମନ୍ଦିରରେ ଭକ୍ତଙ୍କ ଭଜନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



