୩ ଅନାଥ ଶିଶୁ ବିଦ୍ୟାଳୟ ଯିବେ

୩ ଅନାଥ ଶିଶୁ ବିଦ୍ୟାଳୟ ଯିବେ
ନବରଙ୍ଗପୁର,ତା୨୦/୩
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜାନକୀ ନଗର ଗ୍ରାମର ଗୋଟିଏ ପରିବାରର ତିନି ଜଣ ଅନାଥ ଛାତ୍ରଙ୍କୁ ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପଦକ୍ଷେପ ନେଲା ସିଡବ୍ଲ୍ୟୁସି କମିଟି। ସ୍ଥାନୀୟ ନନ୍ଦାହାଣ୍ଡି ବ୍ଳକ ଜାନକିନଗର ସ୍କୁଲର ଗୋଟିଏ ପରିବାରର ତିନି ଜଣ ଅନାଥ ଛାତ୍ରଙ୍କୁ ଶିଶୁ ମଙ୍ଗଳ କମିଟିର ତତ୍ତ୍ୱାବଧାନରେ ରେ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି।
ଦୁଇ ଜଣ ଛାତ୍ର ଅଷ୍ଟମ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବା ବେଳେ ଆଉ ଜଣେ ଛାତ୍ର ଦ୍ବିତୀୟ ଶ୍ରେଣୀରେ । ଅଧ୍ୟୟନ କରୁଛନ୍ତି। ଛାତ୍ରମାନଙ୍କ ବାପା ଏବଂ ମା’ଙ୍କ ମୃତ୍ୟୁ ହୋଇଯାଇଛି। ବାପା ଏବଂ ମା’ଙ୍କ ମୃତ୍ୟ ପରେ ପରିବାରର ଆର୍ଥିକ ସ୍ଥିତି ଭୁଶୁଡି ପଡିଥିଲା। ପରିବାରରେ ଜେଜେମା’ଙ୍କ ସହ ତିନି ପୁଅ ଏବଂ ଗୋଟିଏ ଝିଅ ରହୁଛନ୍ତି । ବୃଦ୍ଧା ଜେଜେମାଙ୍କ ପାଇଁ ପରିବାର ଚଳାଇବା ମଧ୍ୟ କଷ୍ଟସାଧ୍ଯ ହୋଇ ପଡିଛି ଜାନକୀନଗର ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ଭାରତି ଦାସଙ୍କ ପ୍ରୟାସରେ ଛାତ୍ରମାନଙ୍କ ପାଇଁ
ସିଡବ୍ଲ୍ୟୁସିର ସହଯୋଗ
ନାମ ଆକର୍ଷଣ କରାଯାଇଥିଲା । ଶିଶୁ ମଙ୍ଗଳ କମିଟିର । ଦୃଷ୍ଟି ଆକ ଶିଶୁ ମଙ୍ଗଳ କମିଟି ଅଧ୍ଯକ୍ଷା ଅଜନ୍ତା ଶୁଭଦର୍ଶିନୀ ଓ କମିଟି କର୍ମକର୍ତ୍ତା ଛାତ୍ରମାନଙ୍କର ସମସ୍ତ ପରିସ୍ଥିତି ତର୍ଜମା କରି ଉକ୍ତ ଛାତ୍ରମାନଙ୍କୁ ମାନଙ୍କୁ ଆବାସିକ ବିଦ୍ୟାଳୟରେ ଲେଖାଇବା ଇବା ପାଇଁ ନିଷ୍ପଭି ନେଇ ଏହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁଠାରେ ସମସ୍ତ ଆନୁସଙ୍ଗିକ ସୁବିଧା ସେମାନେ ମାଗଣାରେ ପାଇପାରିବେ । ଯଦି କୌଣସି ଛାତ୍ରଙ୍କ ମାତା କିମ୍ବା ପିତା ନାହାନ୍ତି ଅଥବା ସେ ଅନାଥ ଅଛି । ସେମାନେ ଉପଯୁକ୍ତ ନଥିପତ୍ର ଦାଖଲ କରି ଏହି ସୁବିଧା ପାଇପାରିବେ ବୋଲି ଅଧ୍ଯକ୍ଷା ସୂଚନା ଦେଇଛ ଦେଇଛନ୍ତି। ବୈଠକରେ ଜାନକୀନଗର ସ୍କୁଲ ଶିକ୍ଷକ ବିକ୍ରମ ଦାଶ, ସିଡବ୍ଲ୍ୟୁସି ସଦସ୍ୟ ସନ୍ତୋଷ କୁମାର ଷଡଙ୍ଗୀ, ବିଜୟଲକ୍ଷ୍ମୀ ସାହୁ, ରବୀନ୍ଦ୍ର ପ୍ରଧାନ, ଅନୀତା ଏଡିଇଓ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



