District

ବିକଳାଙ୍ଗ ଗରିବ ମହିଳାଙ୍କୁ ମିଳୁନି ଭତ୍ତା

ବିକଳାଙ୍ଗ ଗରିବ ମହିଳାଙ୍କୁ ମିଳୁନି ଭତ୍ତା

ବୈପାରିଗୁଡ଼ା: ବୈପାରିଗୁଡ଼ା ବ୍ଲକ ଅଧୀନସ୍ଥ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହନ୍ତ ପୁଟ (ରାମାଗୁଡ଼ା) ଗ୍ରାମର ବିକଳାଙ୍ଗ ମହିଳା ତୁଳସୀ ବାରିକଙ୍କୁ ପ୍ରାୟ ଏକ ବର୍ଷ ହେବ ମିଳୁନାହିଁ ବିକଳାଙ୍ଗ ଭତ୍ତ।। ବିକଳାଙ୍ଗ ଭତ୍ତା ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଘରେ ବସିଛନ୍ତି ତୁଳସୀ । ସୂଚନା ଅନୁଯାୟୀ ତୁଳସୀ ବାରିକଙ୍କ ବାମ ଗୋଡ଼ ମୋଡ଼ି ହୋଇ ରହିଛି । ବାମ ଗୋଡ଼ ମୋଡ଼ି ହୋଇଥିବାରୁ ସେ ପୂର୍ବରୁ ବିକଳାଙ୍ଗ ପ୍ରମାଣ ପତ୍ର ଆବେଦନ କରିଥିଲେ । ଆବେଦନ କରିବାପରେ ତୁଳସୀ ବାରିଙ୍କୁ ବିକଳାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସେହି ପ୍ରମାଣପତ୍ର ପ୍ରଦାନ କରିବାପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତୁଳସୀ ବାରିକଙ୍କୁ

ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଗାଇ ଦିଆଯାଇଥିଲା। ସେବେଠାରୁ

ତୁଳସୀ ବାରିକ ମାସକୁ ଏକଶହ ଟଙ୍କା ପାଉଥିଲେ। ଏହାପରେ ସରକାରଙ୍କ

ପକ୍ଷରୁ ଭତ୍ତାର ବୃଦ୍ଧି କରାଯାଇ ମାସକୁ ଦୁଇଶହ ଟଙ୍କା ତାପରେ କିଛିବର୍ଷ ତିନିଶହ ଟଙ୍କା ଭତ୍ତା ପାଇଥିବା ନେଇ ଭତ୍ତା ଯୋଗାଇ ଦିଆଯାଉଥିଲା। ଏହାପରେ କିଛିମାସ ସାତଶହ ଟଙ୍କା ପାଉଥିଲେ ଏବଂ ଗତ କିଛିବର୍ଷ ପୂର୍ବେ ମାସକୁ ଏକ ହଜାର ଟଙ୍କା ମଧ୍ୟ ଭତ୍ତା ପାଇଥିବା ନେଇ ଭତ୍ତା କାର୍ଡରେ ଉଲ୍ଲେଖ ରହିଛି । ସେତେବେଳେ ଠାରୁ ତୁଳସୀ ମାସକୁ ମାସ ବିକଳାଙ୍ଗ ଭତ୍ତା ପାଇ ଆସୁଥିଲେ । କିନ୍ତୁ ପ୍ରାୟ ଏକବର୍ଷ ହେବ ତୁଳସୀ ବାରିକଙ୍କୁ ବିକଳାଙ୍ଗ ଭତ୍ତା ମିଳୁନଥିବା ନେଇ ସେ ପ୍ରକାଶ କରିଛନ୍ତି । ଭତ୍ତା ନମିଳିବାରୁ ସେ ପଞ୍ଚାଯତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ ନୟାନ୍ତ ହୋଇ ଶେଷରେ ଭାଗ୍ୟକୁ ନିନ୍ଦି ଘରେ ବସିଛନ୍ତି । ବାମ ଗୋଡ଼ ମୋଡ଼ି

ହୋଇଥିବା ହେତୁ ସେ ଚଲାବୁଲା କରିବାରେ କଷ୍ଟକର ହେଉଥିବା ଜଣା ପଡ଼ିଛି। ଗରିବ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ରହିଛି। କିନ୍ତୁ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ଯୋଗୁଁ ସରକାରଙ୍କ ଯୋଜନାରୁ ଗରିବ ଲୋକେ ବଞ୍ଚିତ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ତୁଳସୀଙ୍କ ଗୋଡ଼ ମୋଡି ହୋଇଥିବାରୁ ସେ କୌଣସି କାର୍ଯ୍ୟ କରି ପାରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତୁଳସୀ ବାରିକ ଜଣେ ଗରିବ ଶ୍ରେଣୀର ମହିଳା। ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ତୁଳସୀ ବାରିକଙ୍କୁ ବିକଳାଙ୍ଗ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button