District

ଭାରତମାଳା ପ୍ରକଳ୍ପ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ

ଭାରତମାଳା ପ୍ରକଳ୍ପ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ

ନବରଙ୍ଗପୁର୧୯। ୩ : ଭାରତମାଳା ପ୍ରକଳ୍ପ ପରିଯୋଜନା ଅନ୍ତର୍ଗତ କର୍ପୋରେଟ ସାମାଜିକ ଦାୟିତ୍ୱବୋଧରେ ଛାତ୍ରୀଙ୍କ ପାଇଁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ

ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୩୫ ଜଣ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ। କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢାଓ’ ଯୋଜନା ସଫଳ ରୁପାୟନ ସ୍ଵରୂପ ପ୍ରତ୍ୟେକ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟ ଅଭିମୁଖୀ କରି ଆତ୍ମବିଶ୍ଵାସ ବୃଦ୍ଧି ସୁରକ୍ଷା, ସମାନତା, ସଶକ୍ତିକରଣ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସାଂସଦ ବଳଭଦ୍ର ମାଝୀ ମତ ବ୍ୟକ୍ତ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁ, ଏନ୍‌ ଏଚଏ ଆଇ ନବରଙ୍ଗପୁରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ କୁମାର, ଜିଲ୍ଲା ଶିକ୍ଷା ଅଧୂକାରୀ ଛତ୍ରପତି ସାହୁ ଉପସ୍ଥିତ ଥିଲେ। ଏନ୍ ଏଚ୍ ଏ ଆଇ, ନବରଙ୍ଗପୁର ପକ୍ଷରୁ ଜିଲ୍ଲାର ଉମରକୋଟ, ଝରୀଗାଁ, ରାଇଘର, ଡାବୁଗାଁ ଓ ନବରଙ୍ଗପୁରର ର ୫ଟି ବିଦ୍ୟାଳୟର ୯ମ ଶ୍ରେଣୀରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ୧୧୬୩ ଜଣ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରାଯିବ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button