District
ନାଳ ପାଣି ପାଇଁ ଡ୍ରେନ କାର୍ଯ୍ୟ ବାଧାପ୍ରାପ୍ତ

ନାଳ ପାଣି ପାଇଁ ଡ୍ରେନ କାର୍ଯ୍ୟ ବାଧାପ୍ରାପ୍ତ
ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମାର ଦୁଇ ପାର୍ଶ୍ଵରେ ଡ୍ରେନ ଶହ ରାସ୍ତା ପ୍ରଶସ୍ତ ନିମନ୍ତେ ଟେଣ୍ଡର ହୋଇ କାର୍ଯ୍ୟ ଚାଲୁ ରହିଛି। ଡ୍ରେନ କାର୍ଯ୍ୟ । ଚାଲିଥିବା ବେଳେ ଘରର ପାଣି ନୂତନ ଭାବେ ଚାଲୁଥୁବା ଡ୍ରେନ ଉପରେ ଆସୁଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦେଖୁବାକୁ ମିଳିଛି ତାସହ କିଛି ସ୍ଥାନରେ ରାସ୍ତା ଉପରେ ଘରର ପାଣି ବୋହି ଯାଉଛି। ତେଣୁ ସ୍ଥାନୀୟ ଲୋକ
ପ୍ରତିନିଧ୍ଵ ତଥା ପ୍ରଶାସନିକ ଅଧିକାରୀ ଏହା ଉପରେ ନଜର ଦେଲେ ଡ୍ରେନ କାର୍ଯ୍ୟ ଶୀଘ୍ର ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶ ଥାଉ କି ପୂର୍ବ ବିଭାଗ ତରଫରୁ ଜଗନ୍ନାଥ ମନ୍ଦିର ଠାରୁ ମାଉଳି ମା’ ମନ୍ଦିର ପର୍ଯ୍ୟନ୍ତ ୨,୫ କିମି ରାସ୍ତା ମଧ୍ୟରେ ୧୧ ଶହ ମିଟର ନିମନ୍ତେ ଚାରି ଲାଇନ୍ ରାସ୍ତା ସକାଶେ ଟେଣ୍ଡର ହୋଇଛି। ଏବଂ ୧୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



