ହସ୍ତଶିଳ୍ପ ଅନ୍ତୁଡ଼ିଶାଳକୁ ଅଣଦେଖା

ହସ୍ତଶିଳ୍ପ ଅନ୍ତୁଡ଼ିଶାଳକୁ ଅଣଦେଖା
ନବରଙ୍ଗପୁର, ୯/୩ ହସ୍ତଶିଳ୍ପ, ହସ୍ତତନ୍ତ, ଟେରାକୋଟା, ଡୋକ୍ରା ଓ ଆଦିବାସୀ ଅଳଙ୍କାର ତିଆରିରେ ସିଦ୍ଧହସ୍ତ ନବରଙ୍ଗପୁର କାରିଗର । ଉନ୍ନତମାନର ପ୍ରଶିକ୍ଷଣ ମାଧ୍ୟମରେ କାରିଗରଙ୍କ ଦକ୍ଷତା ସହ ଉତ୍ପାଦନ ବୃଦ୍ଧି ପାଇଁ ନିର୍ମାଣ ହୋଇଥିଲା ତାଲିମ କେନ୍ଦ୍ରା ପରିଚାଳନାଗତ ତ୍ରୁଟି କାରଣରୁ କେନ୍ଦ୍ରରେ ତାଲା ଝୁଲୁଥିବାରୁ ହସ୍ତଶିଳ୍ପୀ ଓ କାରିଗର ପ୍ରଶିକ୍ଷଣରୁ ବଞ୍ଚିତ ହୋଇଛନ୍ତି। ସେହିପରି ଅବ୍ୟବହୃତ କାରଣରୁ କେନ୍ଦ୍ର ପରିସରରେ ଥିବା ସାମଗ୍ରୀ ଧୂଳି ଧୂସରିତ ହୋଇ ଖତ ଖାଉଛି।
ସୂଚନାଯୋଗ୍ୟ, ନୂଆ ଭିତ୍ତିଭୂମି ନିର୍ମାଣ ପରେ ମିର୍ଗାନଗୁଡ଼ାକୁ ସ୍ବାସ୍ଥ୍ୟ ବିଭାଗ ସ୍ଥାନାନ୍ତର ହୋଇଥିଲା । ପୁରୁଣା କୋଠା ଗୁଡ଼ିକ ପଡ଼ି ରହିଥିବାରୁ ୨୦୧୧ରେ ତତ୍କାଳୀନ ଜିଲ୍ଲାପାଳ ଅଧା କୋଠାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ବଳକାକୁ ଜିଲ୍ଲା ଶିଳ୍ପୀ ସମବାୟ ସଂଘକୁ ହସ୍ତାନ୍ତର କରିଥିଲେ । ଜିଲ୍ଲା ଶିଳ୍ପୀ ସମବାୟ ସଂଘକୁ ହସ୍ତାନ୍ତର କରିବା ପୂର୍ବରୁ ୩୦ଲକ୍ଷ ବ୍ୟୟରେ ପୁରୁଣା କୋଠା ଗୁଡ଼ିକର ପୁନରୁଦ୍ଧାର କରାଯାଇଥିଲା। କୋଠା ସମ୍ମୁଖରେ ହାଇମାକ୍ସ ଲାଇଟ ଲଗାଇବା ସହ ସାମଗ୍ରୀ ବିକ୍ରିବଟା ପାଇଁ ଗୋଟିଏ ଷ୍ଟଲ ଏବଂ ଚିତ୍ରକଳା
ପ୍ରଶିକ୍ଷଣ ନେଉଥିବା କଳାକାର ରହିବା ଲାଗି ଦୁଇ ମହଲା ଘର ନିର୍ମାଣ କରିଥିଲେ । ଯେଉଁଠାରେ ବିକ୍ରମପୁର, ତୋଣ୍ଡା, ଚନ୍ଦାହାଣ୍ଡିରୁ ଆରମ୍ଭ କରି ଜିଲ୍ଲାର କୋଣ ଅନୁକୋଣର ହସ୍ତଶିଳ୍ପୀ ଆସି ନୂତନ ପଦ୍ଧତିର ତାଲିମ ନେଉଥିଲେ | ଏଠାରେ ରହି ଟେରକୋଟା, ଡୋକ୍ରା, ଆଦିବାସୀ ଅଳଙ୍କାର, କାଠର କଣ୍ଡେଇ, ଧାନ କଣ୍ଡେଇ ପ୍ରସ୍ତୁତ କରି ଷ୍ଟଲରେ ବିକ୍ରି କରୁଥିଲେ । ଜିଲ୍ଲା ଯୋଗାଣ ଓ ବିପଣନ ସମିତି (ଓରମାସ) ମଧ୍ୟ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ବଜାର ଯୋଗାଉଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ଉତ୍ସବ ସହ ସର୍ବଭାରତୀୟ ମେଳାରେ ସାମଗ୍ରୀ ବିକ୍ରି ହେଉଥିଲା | ନବରଙ୍ଗପୁର ଗସ୍ତରେ ଆସୁଥିବା ସରକାରୀ ଅଧିକାରୀ ଓ ବିଦେଶୀ ପର୍ଯ୍ୟଟକ
କେନ୍ଦ୍ରରେ ଝୁଲୁଛି ତାଲା, ଖତ ଖାଉଛି ପ୍ରଶିକ୍ଷଣ ସାମଗ୍ରୀ
ମଧ୍ୟ ହସ୍ତଶିଳ୍ପ ସାମଗ୍ରୀ କିଣି ନେଉଥିଲେ। ଜିଲ୍ଲା ଶିଳ୍ପୀ ସମବାୟ ସଂଘ ସମ୍ପାଦକ ଅଜିତ ସାମନ୍ତରାୟଙ୍କ ମୃତ୍ୟୁ ପରେ ତାଲିମ କେନ୍ଦ୍ର ପରିଚାଳନାରେ ଅବ୍ୟବସ୍ଥା ଦେଖା ଦେଇଥିଲା । ଅନ୍ୟ କେହି ଦାୟିତ୍ଵ ନେଉନଥିବାରୁ କେନ୍ଦ୍ର ସମେତ ଦୁଇ କୋଠା ଓ ଷ୍ଟଲରେ ତାଲା ଝୁଲୁଛି। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ କେନ୍ଦ୍ରର କାନ୍ଥ, ପଛ ଭାଗର ପାଚେରୀ ଭାଙ୍ଗିଯାଇଥିବା ବେଳେ କୋଠାର ସ୍ଲାବ ଦବି ଗଲାଣି | ଏ ସମ୍ପର୍କରେ ଓରମାସ ଡେପୁଟି ସିଇଓ ରୋଶନ କୁମାର କାର୍ତ୍ତିକଙ୍କୁ ପଚାରିବାରୁ କୋଠାକୁ ବାହାରୁ ତଦାରଖ କରାଯାଇଛି। ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନେଇ ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଶ୍ରୀ କାର୍ତ୍ତିକା ସହର ମଧ୍ୟଭାଗରେ ହସ୍ତଶିଳ୍ପ କଳାକାରଙ୍କ ଲାଗି ଭିତ୍ତିଭୂମିକୁ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେବା ସହିତ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଦାବି କରିଛନ୍ତି ଆଇନଜୀବୀ ସନ୍ତୋଷ ମିଶ୍ର।
ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର



