District

ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ମିଳୁନି

ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ମିଳୁନି

ନବରଙ୍ଗପୁର,୭/୩: ମଙ୍ଗଳମ ଟିମ୍ବର୍ସ କମ୍ପାନିର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନରେ କମ୍ପାନି କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହୋଇଛି। ବାରମ୍ବାର କମ୍ପାନି ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟକୁ ଦୌଡ଼ି ନୟାନ୍ତ ହେବା ପରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅବସରପ୍ରାପ୍ତ କର୍ମଚାରୀ ବି.ଚନ୍ଦ୍ରଶେଖର ରାଓ, ରାମଲିଙ୍ଗ ପଟ୍ଟନାୟକ, ଅମ୍ବିକା ଗୌଡ଼, ପରମାନନ୍ଦ ରନ୍ଧାରୀ, ବାଲି ଭତ୍ରା, ଦୁର୍ଯ୍ୟ ନାୟକ, ରଘୁନଥ ହରିଜନ, ସମୀର ପଟ୍ଟନାୟକ, ସିଏଚ୍.ଶ୍ରୀନିବାସ ରାଓଙ୍କ ସମେତ ୧୩ ଜଣଙ୍କୁ ଚୁକ୍ତି ଅନୁଯାୟୀ ପ୍ରାପ୍ୟ ଦିଆଯାଇନି।

ପ୍ରତ୍ୟେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୦ହଜାର ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଚାଲିଛି। ଏନେଇ ଦୁଇ ମାସ ତଳେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହାଁ। ଆଜି ଜିଲ୍ଲାପାଳ ଡ.ମହେଶ୍ଵର ସ୍ଵାଇଁ ତୁରନ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଚିଠିକୁ କମ୍ପାନି ମାନୁ ନଥିବାରୁ ଅବସରପ୍ରାପ୍ତ କର୍ମଚାରା ନିଜ ବକେୟା ପ୍ରାପ୍ୟକୁ ନେଇ ଚିନ୍ତାରେ ପଡ଼ିଛି ।

ଟଙ୍କା ଲେଖାଏଁ ପ୍ରଦାନ କରିବାକୁ କମ୍ପାନି ଚୁକ୍ତି କରିଥିଲା। କମ୍ପାନି କର୍ତ୍ତୃପକ୍ଷ ଆଜି କାଲି ବୋଲି ଭୂଆଁ ବୁଲ।ଉଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button