District

ପାରଳା ମାଟିର ସୁଯୋଗ୍ୟ ସନ୍ତାନ ପ୍ରବୀଣ ସାମ୍ବାଦିକ ସ୍ବର୍ଗତ ପ୍ରକାଶଚନ୍ଦ୍ର ପାଢ଼ୀଙ୍କ ୯୯ ତମ ଜୟନ୍ତୀ ପାଳିତ

ପାରଳା ମାଟିର ସୁଯୋଗ୍ୟ ସନ୍ତାନ ପ୍ରବୀଣ ସାମ୍ବାଦିକ ସ୍ବର୍ଗତ ପ୍ରକାଶଚନ୍ଦ୍ର ପାଢ଼ୀଙ୍କ ୯୯ ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି:୨/୩(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ
ଉତ୍କଳ ହିତୈଷିଣୀ ସମାଜ ଓ ସ୍ବର୍ଗତ ପ୍ରକାଶ ଚନ୍ଦ୍ର ପାଢୀ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ପ୍ରବୀଣ ସାମ୍ବାଦିକ, ସମାଜସେବୀ, ସ୍ତମ୍ଭକାର, ସାହିତ୍ୟିକ, ପ୍ରକାଶ ଚନ୍ଦ୍ର ପାଢୀଙ୍କ ୯୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଉତ୍କଳ ସମ୍ବିଳନୀ ଗଜପତି ଶାଖାର ସଭାପତି ଭାରତଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଉପାନ୍ନ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଆଶାଲତା ପାଣିଗ୍ରାହୀ, ସମ୍ମାନିତ ଅତିଥୂ ଭାବେ ବିଚିତ୍ରାନନ୍ଦ ବେବର୍ଷା ଏବଂ ଆବାହକ ବିକାଶ ଚନ୍ଦ୍ରପାଢ଼ୀ ଯୋଗ ଦେଇ ବହୁମୁଖୂ ପ୍ରତିଭାର ଅଧିକାରୀ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ପାଢୀଙ୍କ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ. ଆଗାମୀ ବର୍ଷ ଏହି ଦିନ ସ୍ବର୍ଗତ ପାଢୀଙ୍କ ଶତବାର୍ଷିକୀ ଉତ୍ସବକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତି ନିଆଗଲା। ଏହି ଅବସରରେ ସ୍ମରଣିକା ପ୍ରକାଶ, ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ଯ କରାଯିବ. 99 ତମ ଜୟନ୍ତି ଅବସରରେ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ସ୍ବାଗତ ସମ୍ଭାଷଣ ଗାୟତ୍ରୀ ପଟ୍ଟନାୟକ, ପରିଚୟ ପ୍ରଦାନ ସ୍ନେହା ବେହେରା, ଧନ୍ୟବାଦ ଅର୍ପଣ ପ୍ରିୟା ପ୍ରଧାନ ଦେଇଥୂବା ବେଳେ ବରିଷ୍ଠ ସାମ୍ବାଦିକ ଡିଜେନ୍ ପାଢ଼ୀ, ଅଶ୍ବିନୀ ବ୍ରହ୍ମା, ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ବସନ୍ତ ପଣ୍ଡା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ସ୍ବର୍ଗତ ପାଢ଼ୀଙ୍କ ସାମ୍ୱାଦିକତା ଓ ସମାଜସେବା ଉପରେ ଆଲୋକପାତ କରିଥିଲେ। ଡି.ମୋହନ ରାଓ, ଶରତ ଚନ୍ଦ୍ର ସାହୁ, ମୂରଲୀଧର ପରିଛା, ରବିନ୍ଦ୍ର ପଣ୍ଡା, ସାଇସୁଧା ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଶ୍ରୀମତି ଡି.ପ୍ରିୟଙ୍କା ନିର୍ଦ୍ଦେଶନାରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ଛାତ୍ରୀ ମାହାରୀ ନୃତ୍ୟ ପରିବେଷଣ କରିଥିଲେ ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button