କନଡ।,ଦୁବାଇ, ଅଷ୍ଟ୍ରେଲିଆରେ କଳ।କୃତିର ଚ।ହିଦ।
କାନାଡା, ଦୁବାଇ, ଅଷ୍ଟ୍ରେଲିଆରେ କଳାକୃତିର ଚାହିଦା
ପରିବେଶ ଉପଯୋଗୀ ରଙ୍ଗରେ ପଣ୍ଡଳା ଆର୍ଟ କରୁଛନ୍ତି ଶିଳ୍ପୀରାଣୀ

ଉମରକୋଟ, ୬/୨

ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ୱାର୍ଡ ନମ୍ବର ୧୨ର ଶିଳ୍ପୀରାଣୀ ବିଶ୍ଵାସ ଜଣେ ଉଚ୍ଚ ଶିକ୍ଷିତ ଯୁବତୀ। କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ପାଠ ଶେଷ ପରେ ଚାକିରି ପଛରେ ନ ଗୋଡ଼ାଇ ନିଜେ ସ୍ବାବଲମ୍ବୀ ହେବାକୁ ମନ ବଳାଇଥିଲେ। ପିଲାଟି ଦିନରୁ ଚିତ୍ର କରିବାର ଯେଉଁ ନିଶା ଥୁଲା ତାହାକୁ ପେସାରେ ବଦଳାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ । ୟୁ ଟ୍ୟୁବ୍ରୁ ମଣ୍ଡଳା ଆର୍ଟ ସମ୍ପର୍କରେ ଜାଣି ତାହକୁ ଶିଖୁବା ପରେ ପରୀକ୍ଷା ମୂଳକଭାବେ ଏକ ଚିତ୍ର କରି ସୋସିଆଲ ମିଡିଆରେ ଛାଡ଼ିଥିଲେ, ଯାହା ଅନେକ ପ୍ରଶଂସା ସାଉଣ୍ଟିଥୁଲା ଅନେକେ ନିଜ ଘର ପାଇଁ ଅର୍ଡର ଦେଇଥିଲେ। ଧୀରେ ଧୀରେ ଲୋକଙ୍କ ଅର୍ଡର ସଂଖ୍ୟା ବଢ଼ିବାରେ ଲାଗିଲା। ଏବେ ସୁଦ୍ଧା ସେ ୮୦୦ ଚିତ୍ର ଆଙ୍କି ଲୋକଙ୍କୁ ବିକ୍ରି କରିସାରିଲେଣି। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ନିଜେ ଅନେକ ଚିତ୍ରକରି ତାହାକୁ ବିକ୍ରି କରିଛନ୍ତି । ସବୁଠୁ ଖୁସିର କଥା ଏହି ଦୁର୍ଗମ ଅଞ୍ଚଳର ଜଣେ ଶିଳ୍ପୀଙ୍କ ଚିତ୍ର ଏବେ ବିଦେଶରେ ମଧ୍ୟ ଆଦୃତ ହୋଇପାରିଛି। ଶିଳ୍ପୀରାଣୀଙ୍କ ହାତ ତିଆରି ଜଗନ୍ନାଥ ଚିତ୍ରର କାନାଡା, ଅଷ୍ଟ୍ରେଲିଆ ଓ ଦୁବାଇରେ ବେଶ୍ ଚାହିଦା ରହିଛି। ଏହାଦ୍ଵାରା ବେଶ୍
ଭଲ ଅର୍ଥ ରୋଜଗାର ହେଉଥିବା ସେ
ଚିତ୍ରଶିଳ୍ପୀ ଶିଳ୍ପୀରାଣୀ ବିଶ୍ୱାସ ନିଜର ଏକ କଳାକୃତି ଦେଖାଉଛନ୍ତି।
କହିଛନ୍ତି। ଦେଶ ବାହାରୁ ଆସିଥିବା ଅର୍ଡରର କାମ ଚାଲିଛି। ଖୁବ ଶୀଘ୍ର ସେଗୁଡିକ ପୋଷ୍ଟାଲ ମାଧ୍ଯମରେ ପଠାଇବି ବୋଲି କହିଛନ୍ତି । ଏହି ଚିତ୍ର ପାଇଁ ବ୍ୟବହୃତ ରଙ୍ଗ ପରିବେଶ ଉପଯୋଗୀ। କଞ୍ଚାମାଲ ସବୁ ଦିଲ୍ଲୀରୁ ଆଣିବାକୁ ପଡ଼ୁଛି ବୋଲି ଶିଳ୍ପୀରାଣୀ କହିଛନ୍ତି। ଆଗାମୀ ଦିନରେ ଆର୍ଟ କ୍ଲାସ୍ ଖୋଲିବା ସହ ସ୍ଥାନୀୟ ଯୁବତୀଙ୍କୁ କର୍ମ ଯୋଗାଇବା ସହ ସେମାନଙ୍କୁ ଲକ୍ଷ୍ୟ ରଖୁଥୁବା ସେ କହିଛନ୍ତି । ଶିଳ୍ପୀରାଣୀଙ୍କ ଚିତ୍ରର ଏକ ସ୍ବତନ୍ତ୍ରତା ରହିଛି। ଆମ ଅଞ୍ଚଳର କାଳକୃତି ବିଦେଶକୁ ଯାଉଛି ; ଯାହାକି ଏ ଅଞ୍ଚଳ ପାଇଁ ଗର୍ବର ବିଷୟ । ଏହି ପ୍ରୟାସ ଜାରି ରଖୁଲେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ ବୋଲି କ୍ରେତା ତଥା ଅଧ୍ୟାପକ ସମୀର ମହାନ୍ତି କହିଛନ୍ତି।



