District

୯୦ ବର୍ଷିୟ। ବିଧବ। ବୃଦ୍ଧ। କଳ।ବତୀଙ୍କୁ ମିଳୁନି ବଦ୍ଧିତ ଭତ୍ତା

୯୦ ବର୍ଷୀୟା ବିଧବା ବୃଦ୍ଧା କଳାବତୀଙ୍କୁ ମିଳୁନି ବଦ୍ଧିତ ଭତ୍ତା

ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କ ପ୍ରତି ସରକାରଙ୍କ ଛଳନା ଏବେ ରାଜ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ । ଗତ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାକ ମନ୍ତ୍ରୀ ଖୁବଶୀଘ୍ର ବଦ୍ଧିତ ଭତ୍ତା ରାଶି ୩୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କହିଥିଲେ। ଇତିମଧ୍ଯରେ ବିଜେପି ସରକାର ଗଢି ବା ର ବର୍ଷେ ରୁ ଊଦ୍ଧ ବିତିଯାଇଥିଲେ ସୁଦ୍ଧା ଅଧୁକାଂଶ କ୍ଷେତ୍ରରେ ୩୫୦୦ଟଙ୍କା ଭତ୍ତା ଦିଆଯାଉ ନଥୁବା ଅଭିଯୋଗ ହେଉଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବେଳଗାଁ ପଞ୍ଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମର ବିଧବା

ବୃଦ୍ଧା କଳାବତୀ ଭତରା (୯୦) ରୁ ଉର୍ଦ୍ଧ ବୟସ ହୋଇଯାଇଥିଲେ ମଧ୍ୟ ୧୦୦୦ଟଙ୍କା ହିଁ ବିଧବା ଭତ୍ତା ପାଉଥିବା ଅଭି ଯୋଗ କରିଛନ୍ତି । ଦୀର୍ଘ ବର୍ଷ ପୂର୍ବେ ମିଳିଥିବା ଇନ୍ଦିରା ଆବାସ ଘରେ

ରହି ଆସୁଛନ୍ତି । ମାସକୁ ୧୦୦୦ ଟଙ୍କା ଓ ୫କେଜି ରାସନ ଚାଉଳ ପାଉଛନ୍ତି । ୩୫ ଶହ ଟଙ୍କା ଭତ୍ତା ପାଇଁ ପଞ୍ଚାୟତ ୱାର୍ଡ ମେମ୍ବର ଠାରୁ ଆରମ୍ଭର କରି ପଞ୍ଚାୟତ ସରପଞ୍ଚ ଓ ପିଇଓଙ୍କୁ ଅନେକ ଥର କାଗଜପତ୍ର ଦେଇଥିଲେ ହେଁ କୌଣସି ସୁଫଳ ମିଳି ନଥୁବା କହିଛନ୍ତି । ପ୍ରଶାସନ କଳାବତୀଙ୍କୁ ମାସିକ ୩୫୦୦ଟଙ୍କା ପ୍ରଦାନ କରିବାକୁ ଦାବୀ ହୋଇଛି । ଏହି ସବୁ ଯୋଜନା ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବାବେଳେ ବ୍ୟୁ କ ସ୍ତର ରେ ପ୍ରଶାସନିକ ଅଧ୍ କାରୀ ମାନେ ଗୁ ରୁ ତ୍ବ ଦେଉନଥିବା ସାଧାରଣରେ ଆଲୋଚନା ହେଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button