ପ୍ରଶସ୍ତ ହେବ ଏନ ଏଚ -୩୨୬ ଉପକୃତ ହେବେ ଗଜପତି,ରାୟଗଡା, କୋରାପୁଟ
ପ୍ରଶସ୍ତ ହେବ ଏନ୍ଏଚ୍-୩୨୬
ଉପକୃତ ହେବ ଗଜପତି, ରାୟଗଡ଼ା, କୋରାପୁଟ

ନୂଆଦିଲ୍ଲୀ, ୧/୧/୨୦୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଜାତୀୟ ରାଜପଥ-୩୨୬ର ପ୍ରଶସ୍ତୀକରଣ ଓ ଉନ୍ନତୀକରଣକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପର ମୂଲ୍ୟ ୧୫୨୬.୨୧ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ସେଥିରୁ ୯୯୬.୭୬ କୋଟି ଟଙ୍କାକୁ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବା ବର୍ତ୍ତମାନ ଜାତୀୟ ରାଜପଥ ୩୨୬ର ୬୮.୬୦୦ କିମିରୁ ୩୧୧.୭୦୦ କିମି ପର୍ଯ୍ୟନ୍ତ ସେକ୍ସନ୍କୁ ପେଲ୍ଡ ସୋଲ୍ଡର ସହିତ ଉନ୍ନତୀକରଣ କରାଯିବ।
ଏହି ପ୍ରକଳ୍ପ ” ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି। ଏହି ଭିତ୍ତଭୂମି ଦକ୍ଷିଣ ଓଡ଼ିଶାର ଦୁର୍ଗମ, ଆଭ୍ୟନ୍ତରୀଣ ଅଞ୍ଚଳ ବିଶେଷ କରି ଆଦିବାସୀବହୁଳ ଅଞ୍ଚଳକୁ
ପ୍ରକଳ୍ପ ଖର୍ଚ୍ଚ ୧୫୨୬.୨୧ କୋଟି
କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ସବୁଦିନିଆ ସଡ଼କ ସଂଯୋଗରେ ଉନ୍ନତି ଆଣିବା ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେବା ସହ ସମସ୍ତଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟସେବା, ବଜାର ଓ ନିଯୁକ୍ତି ସୁଯୋଗ ପହଞ୍ଚାଇବାରେ ସହାୟକ

