District

ମୋହନ। ହିଲ ଟପ ଡିଗ୍ରୀ କଲେଜରେ.ଇଂରାଜୀ ର ଏକ ଦିବସୀୟ ଜ।ତୀୟ ପ।ଠ ଚକ୍ର ଅନୁଷ୍ଠିତ

ମୋହନା ହିଲ ଟପ ଡିଗ୍ରୀ କଲେଜ ରେ ଇଂରାଜୀ ବିଭାଗ ର ଏକ ଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଠାରେ ଅବସ୍ଥିତ ବହୁ ପୁରାତନ ଡିଗ୍ରୀ କଲେଜ ରେ ଆଜି ଏକ ଦିବସୀୟ ଇଂରାଜୀ ଜାତୀୟ ପାଠ ଚକ୍ର ବହୁ ବିଶିଷ୍ଠ ଅତିଥି ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ହିଲ ଟପ ସ୍ନାତକ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ କୁତ୍ରିମ ବୁଦ୍ଧିମତା ବିଷୟରେ ଏକ ଦିବସୀୟ ଜାତୀୟ ପାଠଚକ୍ର ଓ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ପାଠଚକ୍ରରେ ନାଗଲ୍ୟାଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନିଗମାନନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପାଠଚକ୍ର ସମ୍ବନ୍ଧରେ ବିଷଦ ଭାବେ ଆଲୋଚନା କରି ଛାତ୍ର ଛାତ୍ରୀ ଙ୍କୁ ଆଜିର ଦିନର ଇଂରାଜୀ ବ୍ୟବହାର ସମ୍ପର୍କରେ ପ୍ରକାଶ କରିଥିଲେ। ଏହି ପାଠଚକ୍ରରେ ସ୍ଥାନୀୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉତ୍କଳ ବିଶ୍ଵବିଦ୍ୟାଳୟ ର ଇଂରାଜୀ ବିଭାଗୀୟ ମୁଖ୍ୟ ଡାକ୍ତର ଅସୀମ ରଞ୍ଜନ ପାଢ଼ୀ ସମ୍ମାନିତ ଅତିଥି ଏବଂ ଗୁଣପୁର ସ୍ଥିତ ଜି.ଆଇ.ଇ.ଟି.ବିଶ୍ୱବିଦ୍ୟାଳୟ ର ଇଂରାଜୀ ବିଭାଗର ମୁଖ୍ୟ ଡାକ୍ତର ରଞ୍ଜିତ କୁମାର ପତି ମୁଖ୍ୟବକ୍ତା ରୂପେ ଉପସ୍ଥିତ ରହି ଇଂରାଜୀ ବିଷୟ ସମ୍ପର୍କରେ ସାର ଗର୍ଭକ ସନ୍ଦର୍ଭ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କ ସମେତ ଉପସ୍ଥିତ ଅଧ୍ୟାପକ ମାନଙ୍କୁ ବୁଝାଇଥିଲେ। ଏହି ପାଠଚକ୍ର ସମୟରେ ସ୍ଥାନୀୟ କନିଷ୍ଠ ମହା ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଏସ.ରମେଶ ସ୍ୱାଗତ ସମ୍ଭାଷଣ ରଖିଥିବା ବେଳେ ଡିଗ୍ରୀ କଲେଜ ଇଂରାଜୀ ବିଭାଗ ଅଧ୍ୟାପକ ପ୍ରଣାବାନନ୍ଦ ପାଟ୍ଟଯୋସି ଧନ୍ୟବାଦ ପ୍ରଦାନ କରିଥିଲେ। ଏହା ସଙ୍ଗେ ଦ୍ୱିତୀୟ ଅଧିବେଶନ ବୈଠକରେ ଅନୁଷ୍ଠିତ ବୈଷୟିକ ଅଧିବେଶନ ରେ ୨୩ଜଣ ଗବେଷକ, ଅଧ୍ୟାପକ, ଛାତ୍ର ଛାତ୍ରୀ ଇଂରାଜୀ ସମ୍ପର୍କରେ ସନ୍ଦର୍ଭ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, ରାୟଗଡା ରେ ଅବସ୍ଥିତ ଅନେକ ମହାବିଦ୍ୟାଳୟ ରୁ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ସମେତ ସ୍ଥାନୀୟ ଡିଗ୍ରୀ କଲେଜ ର ଅଧ୍ୟାପନା କରୁଥିବା ଶତାଧିକ ଛାତ୍ର ଛାତ୍ରୀ ପାଠ ଚକ୍ରରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସୁଚାରୁରୂପେ ପରିଚାଳନା କରିଥିଲେ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button