ଖମ।ର ,ପ।ଲଲହଡ। ନିର୍ବାଚନ ମଣ୍ଡଳୀ ରେ ବିଜୁ ଜୟନ୍ତୀ ପାଳିତ
ଖମାର, ପାଲଲହଡା:-(୨୬.୧୨.୨୦୨୫) ପାଲଲହଡା ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳିତ ।

ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ପାଳଲହଡା ନିର୍ବାଚନ ମଣ୍ଡଳୀର ଖମାର ଠାରେ ପାଳଲହଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭା ଆୟୋଜନ ହୋଇଯାଇଛି। ସଭାରେ ପୂର୍ବତନ ଲୋକପ୍ରିୟ ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ମୁକେଶ କୁମାର ପାଳ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମୀମାନଙ୍କ ନିରନ୍ତର ଭଲପାଇବା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ ଦିଗରେ ଅଗ୍ରସର ହୋଇଥିବା ବିଜୁ ଜନତା ଦଳ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ମାନସର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଦୀର୍ଘ ୨୪ବର୍ଷରୁ ଉର୍ଦ୍ଧ୍ବ ବର୍ଷ ସୁଶାସନ ଦେଇ ଓଡ଼ିଶାବାସୀଙ୍କ ସେବାରେ ସର୍ବଦା ଆଗରେ ରହିଛନ୍ତି । ସେହି ଭରସା ଓ ବିଶ୍ୱାସକୁ ପାଥେୟ କରି ଆସନ୍ତୁ ଏକାଠି ହୋଇ, ଦଳକୁ ଆହୁରି ମଜଭୁତ କରି ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼ିବା ବୋଲି ଆହ୍ୱାନ ଦେଇଥିଲେ l ସଭାରେ ଦୁଇ ବ୍ଲକ ର ସଭାପତି, ଉପ ସଭାପତି, ସମ୍ପାଦକ, ବ୍ଲକ ଚେୟାରମେନ, ପଂଚାୟତ ସଭାପତିଙ୍କ ସହିତ ୪୦୦-୫୦୦ ସକ୍ରିୟ କର୍ମୀ ଯୋଗ ଦେଇଥିଲେ।
ପାଲଲହଡାରୁ ସୁମନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ ଓଡ଼ିଶା ଷ୍ଟେଟ news।