ଓଡିଶ। ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କବିତ। ପ।ଠେ।ତ୍ସବରେ ଯୋଗ ଦେଲେ କବି କେଶବ ଚନ୍ଦ୍ର ନାୟକ
ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କବିତା ପାଠୋତ୍ସବରେ ଯୋଗଦେଲେ କବି କେଶବ ଚନ୍ଦ୍ର ନାୟକ

ମାଲକାନଗିରି,୨୫/୧୨
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୦ ବର୍ଷ ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ କବିତା ପାଠୋତ୍ସବରେ ମାଲକାନଗିରି ମାଟିର ଜଣାଶୁଣା ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକ ଯୋଗଦେଇ ତାଙ୍କ ଦ୍ବାରା ରଚିତ “ପ୍ରମଣ୍ଯ ବାଜପେୟୀ” ଶୀର୍ଷକ କବିତା ପାଠ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ସଞ୍ଜୟ ଛୁଆଳସିଂହ ଶ୍ରୀ ନାୟକଙ୍କୁ ଉପଢୌକନ, ପୁଷ୍ପ ଗୁଛ ତଥା ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ର ଶେଖର ହୋତା ଉପସ୍ଥିତ ଥିଲେ। ଶ୍ରୀ ତାଙ୍କର କବିତା ପ୍ରଣମ୍ଯ ବାଜପେୟୀ ପାଠ
କରି କବି ଓ ଶ୍ରୋତା ବନ୍ଧୁମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।
ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଓଡ଼ିଆ ସାହିତ୍ୟର ଯେଉଁଠି ସୂର୍ଯ୍ୟାସ୍ତ, ସେଇଠି ପଙ୍କରୁ ପଙ୍କଜ ଜନ୍ମ ହେଲା ଭଳି ଅହରହ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି କବି କେଶବ ଚନ୍ଦ୍ର ନାୟକ ଓଡ଼ିଶା ଜଣେ ସୁପରିଚିତ କବି। ସବୁ ଦିନେ କିଛି ନି କିଛି ଲେଖିବା ତାଙ୍କର କଳାତ୍ମକ ଗୁଣ, ଯାହାକୁ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି। ପ୍ରତି ଦିନ ଓଡ଼ିଶାର ବିଭିନ୍ନ ଖବର କାଗଜ ଓ ପତ୍ରପତ୍ରିକାରେ ତାଙ୍କ ରଚିତ କବିତା,ଗଳ୍ପ, ପ୍ରବନ୍ଧ ସ୍ଥାନିତ ପାଇ ଅଗଣିତ ପାଠକ ମାନଙ୍କୁ ମନ୍ତ୍ର ମୁଗ୍ଧ କରି ଆସିଛନ୍ତି।ସେ ସାହିତ୍ୟିକ ଭାବେ ସର୍ବତ୍ର ପରିଚିତ ଏବଂ ମାଲକାନଗିରି ଜିଲ୍ଲାର ଗୈାରବକୁ ମହିମା ମଣ୍ଡିତ କରିବାରେ ତାଙ୍କ ଅବଦାନ ଅତୁଳନୀୟ ।କବି ଶ୍ରୀ ନାୟକ ଦୀର୍ଘ ୩୫ ବର୍ଷ ଓଡ଼ିଆ ସାହିତ୍ୟକୁ ସାଧନ କରିବା ସହ ପାଠକମାନଙ୍କୁ ଦେଇଛନ୍ତି ଭିନ୍ନ ସ୍ୱାଦର ରସସିକ୍ତ କବିତା ମାଧୁର୍ଯ୍ୟ,ଯାହାକି ସବୁ ବର୍ଗର ପାଠକୀୟ ଅଭିରୁଚିକୁ ଆକୃଷ୍ଟ କରିଛି ।ଓଡ଼ିଆ ସାହିତ୍ୟ କ୍ଷେତ୍ରରେ କବି କେଶବ ଚନ୍ଦ୍ର ନାୟକ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ବ୍ଯକ୍ତିତ୍ବ ଭାବେ ନିଜେ ଏକ ଉତ୍କଳ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଭାବେ ଓଡ଼ିଆ ସାହିତ୍ୟକୁ ପ୍ରଚାର ପ୍ରସାର ଦିଗରେ ତାଙ୍କ ମହନୀୟତା ଚିରସ୍ମରଣୀୟ ।ସେ ସାରା ଜୀବନ ଓଡ଼ିଆ ସାହିତ୍ୟ ରେ ବିଭିନ୍ନ ବିଷୟ ଦିଗକୁ ମୌଳିକତା ଲେଖାକୁ ତାଙ୍କ କଲମ ମୁନରେ ଜୀବନ୍ୟାସ ଦିଅନ୍ତି।କର୍ମମୟ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ସାହିତ୍ୟକୁ ଜୀବନ ଦେଇ ଭଲ ପାଇ ଆସିଛନ୍ତି।ଶ୍ରୀନାୟକ ମାଲକାନଗିରି ଭଳି ଏକ ଅନ୍ନୁନତ ଜିଲ୍ଲାରେ ରହି ଆସୁଥିଲେ ମଧ୍ୟ ଓଡିଶାର ଜଣେ କ୍ଷାତନାମା କବି ଭାବରେ ବହୁ ସାହିତ୍ୟ ଅନୁଷ୍ଠିନରୁ ସମ୍ମାନିତ ଓ ପୁରସ୍କୃତ। ଆଜି ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ର ଶେଖର ହୋତା କବି କେଶବ ଚନ୍ଦ୍ର ନାୟକ ଙ୍କ ପ୍ରତିଭା ଜ୍ଞାତ ହେଲା ପରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ ତାଙ୍କୁ ଅଂଶଗ୍ରହଣ କରିବା ପାଇଁ ନିୟନ୍ତ୍ରଣ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
କବି ଶ୍ରୀ ନାୟକ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷା ସାହିତ୍ୟ ପାଇଁ ୩୦୦ ରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ବିଭିନ୍ନ ସମ୍ମାନ ଦ୍ବାରା ଭୂଷିତ ଏବଂ ମାନପତ୍ର ଓ ପୁରସ୍କାର ପ୍ରାପ୍ତ କରିଛନ୍ତି। ବର୍ତ୍ତମାନ ସେ ଉତ୍କଳ ସାହିତ୍ୟ ସଂସଦର ସଭାପତି ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟରତ। ତାଙ୍କର ଲେଖନୀ ଚାଳନା ଅଦ୍ୟାବଧି ଚଳଚଞ୍ଚଳ ହୋଇ ରହୁ ବୋଲି ମାଲକାନଗିରି ଜିଲ୍ଲାର ବହୁ ସାହିତ୍ୟ ପ୍ରେମୀ ଶୁଭେଛା ଜଣାଇଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)