ଲୋକ ଅଦାଲତରେ ୨୨୭ ମାମଲା ଫଇସଲା
ଲୋକ ଅଦାଲତରେ ୨୨୭ ମାମଲା ଫଇସଲା
ଭଞ୍ଜନଗର,୧୩/୧୦ : ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ ,ବରିଷ୍ଠ ଦେୱାନୀ ଜଜ ଦେବାଶିଷ ବିଶୋଇ,ଏସଡିଜେଏମ ସୌମ୍ୟ ରଞ୍ଜନ ପୃଷ୍ଟି,ଜେଏମଏଫସି ଭିୟେନା ନାୟକ ମୋଟ ୪୨୨ ଗୋଟି ମାମଲାରେ ଶୁଣାଣି କରିଥିବା ବେଳେ ୨୨୭ ମାମଲାର ଫଇସଲା କରି ମୋଟ ୮୧,୦୪,୯୭୮ଟଙ୍କା ଆଦାୟ ପାଇଁ ରାୟ ଶୁଣାଇଥିଲେ। ଏଥିରେ ୩ଟି କ୍ରିମିନାଲ୍ କମ୍ପାଉଣ୍ଡେବୁଲ ମାମଲା,୪ ଟି ଏନଆଇ ଆକ୍ଟ,ଗୋଟିଏ ବ୍ୟାଙ୍କ ରିକୋଭରି,୧୧ ଟି ମଟରଯାନ ଦୁର୍ଘଟଣା ମାମାଲା,୨ ଟି ବୈବାହିକ,୧୯ ଟି ସିଭିଲ ମାମଲା ଓ ୧୮୭ ଟି ଅନ୍ୟାନ୍ୟ ଅପରାଧିକ ମାମଲାର ଶୁଣାଣୀ ହୋଇଥିଲା। ଏଥିରେ ଲୋକ ଅଦାଲତ ବେଞ୍ଚ ସଦସ୍ୟ ଗୋକୁଳ ଚନ୍ଦ୍ର ତ୍ରିପାଠୀ, ରମେଶ ଚନ୍ଦ୍ର ପଣ୍ଡା, ଆଇନ୍ ସେବା କମିଟି ସଦସ୍ୟା ଅଳକା ମଞ୍ଜରି ପଟ୍ଟନାୟକ,ଓକିଲ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର,ସମ୍ପାଦକ ଜ୍ୟୋତିରାଜ ପତି,ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ସନ୍ତୋଷ ତିଆଡ଼ି,ବଟକୃଷ୍ଣ ପଣ୍ଡା,ରଜନୀକାନ୍ତ ପଟ୍ଟନାୟକ,ପ୍ରଦୀପ ଶେଖର ପାଳ,ସୁରେଶ୍ଵରି ପ୍ରଧାନ,ଦେବୀ ପ୍ରସାଦ ତ୍ରିପାଠୀ, ଦିଲ୍ଲୀପ ତ୍ରିପାଠୀ, ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।
-Nilu Bisoyi