ସେବ। ନ ପ।ଇ ୨ ଶିଶୁ ଓ ପ୍ରସୂତି ମୃତ
ସେବା ନପାଇ୨ଶିଶୁ ଓ ପ୍ରସୂତି ମୃତ
ନବରଙ୍ଗପୁର, ୧୯/୧୦ ନବରଙ୍ଗପୁର ଜିଲ୍ଲାର ଭ୍ରମରକୋଟ ଡାକ୍ତରଖାନାର ଡାକ୍ତର ସଗରିକା ସ୍ବାଇଁଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଓ ଅନ୍ୟାନ୍ୟ ଦାବି କରି ନବରଙ୍ଗପୁର ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ୪ ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଛି। ସେପଟେ ଗ୍ରାମାଞ୍ଚଳରେ ରାସ୍ଥ୍ୟସେବା ଏକପ୍ରକାର ଅଚଳ ହୋଇପଳିଛି। ଗତକାଲି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଦୁଇଜଣ ଶିଶୁ ଓ ଜଣେ ପ୍ରସୂତାଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁ ଦ୍ୱୟ ହେଳେ ପାପଡ଼ାହାଣ୍ଡି ସୁନ ଅନ୍ତର୍ଗତ ଗଡ଼ଗୁଡ଼ା ନିକଟସ୍ଥ ଘନଗୁଡ଼ା ଗ୍ରାମର ମଧୁ କାନୀଙ୍କ ତିନିମାସର ଶିଶୁ ଓ ନୂଆ ସୂଡ଼ା ଗ୍ରାମର ବିଦ୍ୟାଧର ଜାନାଙ୍କର ଛଅ ମାସର ଶିଶୁ । ଏମାନେ ନିମୋନିଆରେ ପୀଡିତ ରହିଥିଲେ । ସେହିପରି ନବରଙ୍ଗପୁର ଚୂଜର ଡିଳିଛି ଗ୍ରାମର ଆଉ ଜଣେ ଶିଶୁ ଗୁରୁତର ରହିଛି । ପାପଡ଼ାବାଣ୍ଡି ବ୍ଳକର ପଟ୍ଟନାଗୁଡ଼ା ଗ୍ରାମର ସକତୀ ଗୌଡ଼ (୨୭) ନାମ୍ନୀ ଜଣେ
ମହିଳା ଗତ ୭ ତାରିଖରେ ଏକ ଶିଶୁ ଜନ୍ମ ଦେଇଥିଲେ। ହେଲେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବରୁ ଆଜି ତାଙ୍କର ମୃତ୍ୟୁ ହୋଇଛି। ଆଶାକର୍ମାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଏମାନଙ୍କୁ ଠିକ ସମଯରେ ଡାକ୍ତରଖାନା ନିଆଯାଇ ପାରିନଥୁବାରୁ ଅକାଳ ବିୟୋଗ ଘଟିଥିବା କୁହାଯାଉଛି । ତଥାପି ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିରବଦ୍ରଷ୍ଟା ସାଜିଛନ୍ତି । ଆତି ଧାରଣାର ଚତୁର୍ଥ ଦିନରେ ପାପଡ଼ାହାଣ୍ଡି ଦୂରର
ଆଶାକର୍ମୀମାନେ ସାମିଲ ହୋଇଛନ୍ତି । ପ୍ରତିଦିନ ଗୋଟିଏ ଗୋଟିଏ ସୁନ୍ଦର ଆଶାକର୍ମୀମାନେ ଧାରଣରେ ସାମିଲ ନେଉଛନ୍ତି ଦେଇଛନ୍ତି | ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାକ ନାହିଁ । ଡାକ୍ତରଙ୍କୁ ନିଳମ୍ବନ କରି ତୁରନ୍ତ ଗିରଫ କରିବାକୁ ଆଶାକର୍ମାମାନେ ଦାଦି କରିଛନ୍ତି। ଧାରଣାସନରେ ଜିଲ୍ଲା ଆଶାକର୍ମୀ ସଂଘ
ସଂଯୋଜକ ପହଞ୍ଚି ବୁଝାସୁଆ କରିଥିଲେ ହେଁ କୌଣସି ସୁଫଳ ମିଳି ନାହିଁ । ଏଥିରେ ଭାରତୀୟ ମଜଦୂର ସଂଘ ଉପଦେଷ୍ଟା ପରମେଶ୍ବର ବିଷେୟା ସମ୍ପାଦକ ବିଷ୍ଣପ୍ରସାଦ ବିଷୋୟୀ, ଖଗେଶ୍ବର ବିଷୋୟୀ, ରାମ ବିଷୋୟୀ, ଆନ୍ଧୀକମା ଝର ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ ଜବିତା ପାଇଁ, ସମ୍ପାଦିକା ଗୀତାଞ୍ଜଳି ହରିଜନ ପ୍ରମୁଖ ଉପସ୍ଥିତ ଥିଲେ । ସବୁ ବ୍ଲକର ସଭାନେତ୍ରୀ ସମ୍ପାଦିକାମାନେ ମଧ୍ୟ ଉପସ୍ଥିତ ହେ ।