ଝଲସିବ କୋଲାବ କେନ।ଲ ରାସ୍ତା
ଝଲସିବ କୋଲାବ କେନାଲ୍ ରାସ୍ତା
ମୁଖ୍ୟ ଓ ଡିବିସିରେ ଲାଗିବ ୧୪୦ ଏଲଇଡି, କାମ ଆରମ୍ଭ
ଜୟପୁର,୧୫/୧୦ : ଝଲସିବ ସହର ଉପକଣ୍ଠ କୋଲାବ କେନାଲ୍ ରାସ୍ତା। ମୁଖ୍ୟ କେନାଲ୍ର ଗାନ୍ଧିଛକରୁ ଏକତାଗୁଡ଼ା ଛକ ଏବଂ ଡିବିସି (ଧନପୁର ଶାଖା କେନାଲ୍) ରୁ ଏନଏଚ୍-୨୬ ତେଲିଗୁଡ଼ା ଛକ ରାସ୍ତାରେ ଲାଗିବ ଉଜ୍ଜ୍ଵଳ ଏଲ୍ଇଡି ଲାଇଟ। ଗ୍ରୀନଫିଲ୍ଡ ପ୍ରକଳ୍ପରେ ୧୪୦ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି। ଠିକାସଂସ୍ଥା ପକ୍ଷରୁ କାମ ଆରମ୍ଭ ହୋଇଛି।
ଆଜି ପୂର୍ବାହ୍ନରେ ଠି କାସଂସ୍ଥା ପକ୍ଷରୁ Vikram Kumar ଲ୍ ବାହାରିଥିବା ଆଶ୍ରମ ଛକ)
ବିଭିନ୍ନ ଯୋଜନା ଏବଂ ପୌରସଂସ୍ଥାର ନିଜସ୍ବ ପାଣ୍ଠିରୁ ଏଥିଲାଗି ଟଙ୍କା ଖର୍ଚ୍ଚ କରାଯିବ।
ସୂଚନାଥାଉକି, ସହର ବଢ଼ୁଥି ବାରୁ ଏକତାଗୁଡ଼ା ଅଞ୍ଚଳରେ ଜନବସତି ଗଢିଉଠିଛି। ଗାନ୍ଧିଛକରୁ ତେଲିଗୁଡ଼ା କେନାଲ୍ ରାସ୍ତା ଉପରେ ଆଖପାଖ ପଞ୍ଚାୟତ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। କୌଣସି କାରଣରୁ ଏନଏଚ୍-୨୬ରେ ଟ୍ରାଫିକ ସମସ୍ୟା ଉପୁଜିଲେ ବାଇପାସ୍ ରୋଡ୍ ଭାବେ ଏହାକୁ ବ୍ୟବହାର କରୁଛି ପୁଲିସ ପ୍ରଶାସନ । ଜିଲ୍ଲା ଡାକ୍ତରଖାନାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ।