ବିଏସଏନଏଲ ଏକ୍ସଚେଞ୍ଜରେ ସିମକାର୍ଡ ବିକ୍ରି ବନ୍ଦ
ବିଏସ୍ଏନ୍ଏଲ୍ ଏକ୍ସଚେଞ୍ଜରେ ସିମ୍ କାର୍ଡ ବିକ୍ରି ବନ୍ଦ
ଜୟପୁର, ୧୪।୧୦:
କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟରାସ୍ତା ବାଙ୍କମଠ ନିକଟରେ ରହିଥିବା ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏକ୍ସେସେଞ୍ଜ ପରିସରରେ ବିଏସଏନଲର ସିମ୍ କାର୍ଡ ବିକ୍ରି ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଥିଲା । କିନ୍ତୁ ଏହାକୁ ପ୍ରାଞ୍ଚାଇଜ ନେଇଥିବା ସ୍ଥାନୀୟ ଏକ ଠିକାସଂସ୍ଥା ଗତ ଏକ ମାସ ହେଲାଣି ବନ୍ଦ କରିଦେଇଥିବା ଯୋଗୁଁ ବର୍ତ୍ତମାନ ଗ୍ରାହକ ମାନେ ହନ୍ତସନ୍ତ ହେଉଛନ୍ତି। ଏଥ୍ନେଇ ବିଏସଏନଏଲର ସ୍ଥାନୀୟ ଏସଡିଓ କୋରାପୁଟ ବିଭାଗୀୟ ଜେନେରାଲ ମ୍ୟାନେଜରଙ୍କୁ ଚିଠି ମାଧ୍ୟମରେ ଏହିସେବା କେନ୍ଦ୍ରକୁ ତୁରନ୍ତ ଖୋଲିବାକୁ ଅନୁରୋଧ କରିଥିବା ବେଳେ
କେନ୍ଦ୍ର ବନ୍ଦ ରହିଥିବା ଯୋଗୁଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗ୍ରାହକ ମାନେ କିଭଳି ହନ୍ତସନ୍ତ ହେଉଥିବା ସେ ନେଇ ଉଲେଖ କରିଛନ୍ତି। ଅନ୍ୟପକ୍ଷରେ ଭକ୍ତ ଫ୍ରାଞ୍ଚାଇଜ ନେଇଥିବା ଠିକାସଂସ୍ଥା ସହରର ଗୁପ୍ତେଶ୍ଵର
ସଫି କମ୍ପେକ୍ସରେ ରହିଥିବା ନିଜରେ ଏକ ସୋରୁମ ଠାରେ ଗ୍ରାହକ ସେବା କେନ୍ଦ୍ର ଖୋଲିଥିବା ବେଳେ ଗ୍ରାହକ ମାନଙ୍କୁ ଠାରୁ ଅଧିକ ଦରରେ ସିମ୍ କାର୍ଡ ବିକ୍ରି କରୁଛନ୍ତି। ଏହିପରି ହଜିଥିବା ସିମ୍ ପୁନଃର୍ବାର କ୍ରୟ ନେଇ ବିଏସଏନଏଲ କାର୍ଯ୍ୟାଳୟରେ ମାତ୍ର ୬୦ ଟଙ୍କା ଦରରେ ଗ୍ରାହକଙ୍କୁ ସେବା ଯୋଗାଯାଉଥିବା ବେଳେ ଉକ୍ତ ସୋରୁମରେ
ଏହାକୁ ୧୦୦ ଟଙ୍କାରେ ବିକ୍ରି କରାଯାଉଛି ଏବଂ ନୂତନ ସିମକାର୍ଡ ପିଛା ୨୦୦ ଟଙ୍କା ବିକ୍ରି କରାଯାଉଛି। ବିଏସଏନଏଲର ସେବାର ଚାହିଦା ଗ୍ରାହକଙ୍କ ନିକଟରେ ଅଧିକ ରହିଥିବା ବେଳେ ଫ୍ରାଞ୍ଚାଇଜ
ଗ୍ରାହକ ହନ୍ତସନ୍ତ
ନେଇଥିବା ସଂସ୍ଥା ଗୁଡିକ ପକ୍ଷରୁ ଏହିପରି ଉପଯୁକ୍ତ ଗ୍ରାହକ ସେବା ଯୋଗାଇବାରେ ବିପଳତା ଯୋଗୁଁ ସରକାରୀ ସଂସ୍ଥା ବିଏସଏନଏଲ ସେବା ବଦଳରେ ଗ୍ରାହକ ମାନେ ଘରୋଇ ସଂସ୍ଥା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ତେଣୁ ଏହାର ବିଧିବଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।