ପାର୍ଟ ପ୍ଲୋଟ ବିକ୍ରି ପ।ଇ ଆସିଲ। ନୂଆ ମାର୍ଗଦର୍ଶିକ।
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଆସିଲା ନୂଆ ମାର୍ଗଦର୍ଶିକା
ପାର୍ଟ ପ୍ଲଟ୍ କିଣି ରିଅଲ ଇଷ୍ଟେଟ୍ ପ୍ରକଳ୍ପ କରିହେବନି
ଭୁବନେଶ୍ୱର,୧୪୵୧୦: ଗତ କିଛି ଦିନ ତଳେ ସରକାର ସବ୍ ସ୍କଟ୍ ବା ପାର୍ଟ ପୁଟ୍କୁ ନେଇ ସଂଶୋଧିତ ବିଜ୍ଞପ୍ତି ଆଣିଥିଲେ । ଓଡିଏ ଗୁଇସ୍ର ଦ୍ବିତୀୟ ସଂଶୋଧନ-୨୦୨୫ ଜାରି କରିଥିଲା ନଗର ଉନ୍ନୟନ ବିଭାଗ। କିନ୍ତୁ ଏଥିରେ କିଛି ଦୃଦ୍ଧ ଥିବା କାରଣରୁ ପାର୍ଟ ପୃଟ୍ ବିକ୍ରି ହେଉନଥିଲା। ସବ୍ ରେଜିଷ୍ଟ୍ରାରମାନେ ଲୋକଙ୍କୁ ଫେଗାଇ ଦେଉଥିଲେ । ଏହି ବୃଦ୍ଧ ଦୂର କରିବା ତଥା ପାର୍ଟ ପୃଟ୍ ବିକ୍ରିକୁ ଅନୁମତି ଦେବାକୁ ନୂଆ ମାର୍ଗଦର୍ଶିକା (ଏପି) ଜାରି ହୋଇଛି । ଏହି ଏସ୍ପି ଅନୁସାରେ ତତ୍କାଳ ଜମି ପଞ୍ଜାଳରଣ କରିବାକୁ ସବୁ ସବ୍ରେଳିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।
ନୂଆ ଏସ୍ଓପି ଅନୁସାରେ ଏଣିକି ଚାଷ ଜମିକୁ ପାର୍ଟ କରି ବା ଭାଗ କରି ବିକ୍ରି କଲେ ଏହାର କିସମ ଆଉ ପରିବର୍ତ୍ତନ କରିହେବନି। ଚାଷ ଜମିକୁ ଭାଗ ଭାଗ କରି ବିକ୍ରି ପରେ ଏହାର କିସମକୁ ଆଉ ଘର ବାଡ଼ିରେ ବଦଳାଇ ହେବନି। ଏଥିରେ ରୋକ୍ ଲଗଯାଇଛି। ବଷ ଜମି ବିକ୍ରି କରିବା ସମୟରେ ବିକ୍ରେତା ବା ‘ହସ୍ତତରକାରୀ’ ଓ ତ୍ରେତା ବା ‘ଗ୍ରହୀତା ଦଲିଲ ମାଧ୍ୟମରେ ହସ୍ତାନ୍ତର କରୁଥିବା ସମ୍ପରିକୁ କେବଳ ଚାଷ କାମରେ ବ୍ୟବହାର କରିବେ ବୋଲି ଘୋଷଣନାମା ସବ୍ ରେଜିଷ୍ଟ୍ରାରଙ୍କ ପାଖରେ ଦାଖଲ କରିବେ।
ସେହିଭଳି ଗ୍ରାମଞ୍ଚଳରେ ଥିବା ଜମିକୁ ଭାଗ ଭାଗ କରି (ପର୍ଟ ପୁଟ୍) ବିକ୍ରି କରିବା ପାଇଁ କୌଣସି ଲେ ଆଉଟ୍ ପ୍ଲାନ୍ ଅନୁମୋଦନ ଦରକାର ପଡ଼ିବନି। ସହରଞ୍ଚଳ, ଉନ୍ନୟନ କର୍ତ୍ତୃପକ୍ଷ ଓ ଟାଉନ୍ ପ୍ଲାନି କର୍ତ୍ତୃପକ୍ଷଙ୍କ ଅଞ୍ଚକ ବାହାରେ ଥିବା ଜମିକ ଭାଗ
ଚାଷ ଜମିକୁ ଭାଗ କରି ବିକିଲେ କିସମ ବଦଳିବନି
ରେଜେଷ୍ଟ୍ରି ବେଳେ ଘୋଷଣାନାମା ଦେବା ବାଧ୍ୟତାମୂଳକ
ଜମି ପଞ୍ଜିକରଣରେ ଆଜିଠାରୁ ଲାଗୁ ହେବ ଏସ୍ୱପି
ପରିବାର ଭିତରେ ଭାଗ କରିପାରିବେ ସବ୍ ପ୍ଲଟ୍
କରି ବିକ୍ରି କରିବାକୁ ଲେ ଆଉଟ୍ ପ୍ଲାନ୍ ଆବଶ୍ୟକ ପଡ଼ିବନି । ଜମି ମାଲିକ ଚାହିଁଲେ ନିଜ ଜମିକୁ ଯେତେ ଭାଗ କରି ବିକ୍ରି କରିପାରିବେ ବୋଲି ଏ ସ୍ୱପରେ ସ୍ପଷ୍ଟ କରାଯାଇଛି। କେବଳ ଏହି ଅଞ୍ଚଳରେ ଥିବା ଜଳାଶୟ କିସମକୁ ଭାଗ କରିହେବନି ଓ ସମ୍ପୁର୍ଣ୍ଣ ପୃଟ୍କୁ ଏକାସାଙ୍ଗରେ ବିକ୍ରି କରିହେବ।
ତେବେ ଓଡିଏ ଆକ୍ଟ, ଓଡ଼ିଶା ଗଉନ୍ ପୁନି ଓ ଇମ୍ପୁଲମେଣ୍ଟ ଟ୍ରଷ୍ଟ୍ର( ଓଟିପି ଆଣ୍ଡ ଆଇଟି) ଯେଉଁ ପୁଟ୍ର ଭାଗ କରିବା ଉପରେ କଟକଣା ଲଗଉଛି ଓ ଲିଖିତ ଅନୁମତି ନ ଦେଇଛି, ତାକୁ ସଜ୍, ପୃଟ୍ କରି ବିକି କରିହେବନି। ୨୦୨୫ରେ ଜାରି ହୋଇଥିବା
ଓଡ଼ିଏ ପ୍ଲାନିଂ ଓ ବିଲ୍ଡ ଷ୍ଟାଣ୍ଡାର୍ଡସ୍ର ଦ୍ଵିତୀୟ ସଂଶୋଧିତ ଗୁଲ୍ସ ଏବଂ ଓଡ଼ିଶା ଗଇନ୍ ପ୍ଲାନିଂ ଓ ଇମ୍ବୁଲମେଣ୍ଟ ଟ୍ରଷ୍ଟ୍ ପ୍ଲାନିଂ ଆଣ୍ଡ ବିଙ୍ଗୁ ଷ୍ଟାଣ୍ଡାର୍ଡସ୍ର ସଂଶୋଧିତ ଗୁଲ୍ସରେ ପାର୍ଟି ପୁଟ୍ର ବିକ୍ରି ପାଇଁ ଯେଉଁ ନିୟମ କୋହଳ ହୋଇଛି, ତାହା ଜାରି ରହିବ।
କୌଣସି ପରିବାର ଭିତରେ ଜାଗା ବଣ୍ଡା ସମୟରେ ବା ପାର୍ଟ ପୁଟ୍ ବିକ୍ରି ପାଇଁ କୌଣସି କଟକଣା ନାହିଁ ବା ଲେ ଆଉଟ ପ୍ଲାନ୍ ଅନୁମୋଦନ ଆବଶ୍ୟକ ନାହିଁ । ସେହିଭଳି ଅନ୍ୟମାନେ ବି ପର୍ଟ ପୁଟ୍ ବିକ୍ରି କରିପାରିବେ । କିନ୍ତୁ ମୂଳ ପୃଟ୍ରୁ ମାତ୍ର ଥରୁଟିଏ ପାର୍ଟ ପ୍ଲଟ୍ ବିକ୍ରି କରିହେବ । ମୂଳ ପୁଟ୍ ଯେତେ ବଡ଼ ହୋଇଥାଉନା କାହିଁକି, ବିକ୍ରି ହେବାକୁ ଥିବା ପାର୍ଟ ପୁଟ୍ଟି ୫୦୦ ବର୍ଗମିଟରରୁ କମ୍ ହୋଇଥିବା ଦରକାର। କିନ୍ତୁ ବିକ୍ରି ପରେ ଏହି ପାର୍ଟ ପୂର୍ବକୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ଉଦ୍ଦେଶ୍ୟରେ ବ୍ୟବହାର କରିହେବନି। ଏ ନେଇ ଉଭୟ ବିକ୍ରେତା ଓ କ୍ରେତା ଘୋଷଣାନାମା ଦେବେ। ସେହିଭଳି ମୂଳ ପୁଟରୁ ଗୋଟିଏ ଥର ଜମି ଲାଗ କରି ବିଳିଲା ପରେ ଆଉ ପାର୍ଟ ପ୍ଲଟ୍ କରି ବିକି ପାରିବେନି। ପୂର୍ବରୁ ୫୦୦ ବର୍ଗମିଟରରୁ କମ୍ ଜମି କିଣିଥିବା ଲୋକେ ଏବେ ଏହାକୁ ସାନି ଭାଗ କରିପାରିବେ ବୋଲି ଏସଓପିରେ ଉଲ୍ଲେଖ ରହିଛି।
ପାର୍ଟ ପ୍ଲଟ୍ ବିକ୍ରିକୁ ପଞ୍ଜିକରଣ କରିବା ସମୟରେ ଅଧିକାରୀମାନେ ଜମି ରହିଥିବା ମ୍ୟାପ୍ ଠିକ୍ ଅଛି ନା, ଜମିର ସୀମା ଓ ଘୋଷଣାନାମାକୁ ଭଲ ଭାବେ ଯାଞ୍ଚ କରି ପଞ୍ଜିକରଣ କରିବାକୁ ନିର୍ଦେଶ ଦିଆଯାଇଛି। କ୍ରେତା ଓ ବିଜେତାଙ୍କ ଦେଉଥିବା ଘୋଷଣାନାମା ସେଲ୍ ଡିଜ୍ରେ ଯେବାଯିବ । ଏହାର ଏକ ନକଲ ମଧ୍ୟ ରଖାଯିବ।