District

ଖୋଲ।ଖେ।ଲି ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରୀ

ଖୋଲାଖୋଲି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି

ପ୍ରଶାସନ ଚୁପ୍, ଚିନ୍ତାରେ ଲୋକେ

ନବରଙ୍ଗପୁର, ୧୪୵୧୦:

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ହେଇଥିବା ବେଳେ ଆଖପାଖ ଜିଲ୍ଲା, ବ୍ଲକ ଲୋକ ସହ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଲୋକେ ଏଠାକୁ ବ୍ୟବସାୟ କାର୍ଯ୍ୟରେ ଆସନ୍ତି । କିନ୍ତୁ ସହରର ଡିଏନକେ ଛକଠାରୁ ଆରମ୍ଭ କରି ଉମରକୋଟ ସହର ଶେଷ ରାସ୍ତା ଦୁଇ କଡ ଏବଂ ନବରଙ୍ଗପୁର ସହରର ମଧ୍ଯ ଚାମୂରିଆ ଗୁଡା ଠାରୁ ସମ୍ପୂର୍ଣ ସହରର ରାସ୍ତା କଡ଼ରେ ଥ‌ିବା ବିଭିନ୍ନ ଉଠା ଦୋକାନ ଓ ହୋଟେଲରୁ ଲୋକେ ଖାଦ୍ୟ ଖାଇଥାନ୍ତି । କିନ୍ତୁ ଉଠା ଦୋକାନୀ ଓ କିଛି ହୋଟେଲରେ ଖାଦ୍ୟ ଗୁଡ଼ିକ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତା ରଖୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଯାହାକି କୌଣସି ସମୟରେ ଡାଇରିଆ ବ୍ୟାପିବା ଆଶଙ୍କା କରାଯାଇଛି। ଯଦି ଦୂଷିତ ଜଳ ଓ ଖାଦ୍ୟ ପାଇଁ ଡାଇରିଆ ବ୍ୟାପେ ତେବେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା

ରହିଛି। ଏହାକୁ ଦୃଷ୍ଟିରେ ରଖ୍ ପ୍ରଶାସନ ଆସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିବା ହୋଟେଲ ଗୁଡ଼ିକର ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ସାଧାରଣରେ ଦାବି ହେଉଛି। କିଛି ହୋଟେଲରେ ଫିଲଟର ପାଣିରେ ମଧ୍ୟ ବିଭିନ୍ନ ଆବର୍ଜନା ଦେବାକୁ ମିଳିଛି । ଟିଫିନ୍ ଦୋକାନ ଗୁଡିକରେ ଖାଦ୍ୟରେ ମାଛି ବସୁଥିବା ମଧ୍ୟ ଦେଖୁବାକୁ ମିଳୁଛି | ଏ ନେଇ ବାରମ୍ବାର ଅଭିଯୋଗ ପରେ ଉପଯୁକ୍ତ

ପଦକ୍ଷେପ ନିଆଯାଉ ନ ଥିବାରୁ ଚିନ୍ତା ଏବଂ ଭୟରେ ଅଞ୍ଚଳବାସୀ । ସ୍କୁଲକୁ ଯାଉଥିବା ଛୋଟ ଛୁଆ କେତେବେଳେ ଅଭିଭାବକଙ୍କ ଅଜାଣତରେ ଏଭଳି ଖାଦ୍ୟ ଖାଇଲେ ଅସୁସ୍ଥ ହେବାର ଆଶଙ୍କା ରହିଛି । ଏହାକୁ ନିୟନ୍ତ୍ରଣ ନେଇ ପ୍ରଶାସନ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ଗ୍ରହଣ କରିବା ପାଇଁ ଦାବି ହେଉଛି। ଯଦି ଏଥରେ ବିଳମ୍ବ ଘଟେ, ତେବେ ଉମରକୋଟ ସହର ହିଁ ଅଖାଦ୍ୟ ଡାଇରିଆ ରୂପ ନେବା ଅସମ୍ଭବ ନୁହେଁ । ସହରର ବିଭିନ୍ନ ସାହିରେ ସଫେଇ ହେଉ ନାହିଁ | ଅଳିଆ ଆବର୍ଜନା ଦୀର୍ଘ ଦିନ ହେବ ପଡ଼ି ରହି ଦୁର୍ଗନ୍ଧ ହେଉଛି । ସଂକ୍ରମଣ ହେବାର ଆଶଙ୍କା ରହିଛି। ତୁରନ୍ତ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଖାଦ୍ୟର ମାନ ଓ ଦୂଷିତ ପାଣି ଏବଂ ସ୍ବଚ୍ଛତା ଯାଞ୍ଚ କରିବାର ଆବଶ୍ୟକ‌ତା ରହିଛି । ଏହି ସବୁ ସମସ୍ୟାର କିଛି ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ, ଜନ ସ୍ବାସ୍ଥ୍ୟ ବିଭାଗ, ପୌର ପରିଷଦ ଏଥିପ୍ରତି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button