District

ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଜଣେ ମୃତ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ

ନନ୍ଦାହାଣ୍ଡି,୧୨/୧୦: ଦୁର୍ବୃତ୍ତଙ୍କ ଆକ୍ରମଣରେ ନନ୍ଦାହାଣ୍ଡି ବ୍ଲକ

ସିନ୍ଧିଗୁଡ଼ା ଗ୍ରାମ ହରିଜନ ସାହିର ଧନୁର୍ଜୟ ହରିଜନ (୪୦) ଙ୍କ ମୃତ୍ୟୁ ହୋଇଛି। ଧନୁର୍ଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ି ଯାଇଥିଲା | ଖବର ପାଇ ନବରଙ୍ଗପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି | ଶନିବାର ମଧ୍ୟାହ୍ନରେ ଧନୁର୍ଜୟ ଘରେ ଶୋଇଥିଲେ । ସ୍ତ୍ରୀ ଅନ୍ୟତ୍ର କାମ କରିବାକୁ ଚାଲି ଯାଇଥିବାରୁ ଦୁର୍ବୃତ୍ତମାନେ ଘରେ ପଶି ଧନୁର୍ଜୟଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ସ୍ତ୍ରୀ କାମରୁ ଘରକୁ ଫେରିବା ପରେ ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପରିବାର ଓ ପଡ଼ୋଶୀ ଲୋକଙ୍କୁ ଖବର ଦେଇଥିଲେ । ନବରଙ୍ଗପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଧନୁର୍ଜୟଙ୍କ ସହ ପୂର୍ବରୁ କାହାର କିଛି ଶତ୍ରୁତା ଥିଲା ନା ଅନ୍ୟ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ପୁଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସନ୍ଦୀପ କୁମାର ବେହେରା ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଆକ୍ରମଣ ପଛରେ କାହାର ହାତ ରହିଛି ଏବଂ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଅନୁଧ୍ୟାନ କରିଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button