District

ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଲେବ ଟେନ୍ନିସିଆନ ଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟଙ୍କୁ ଖର।ପ ବ୍ୟବହାର, କରୁଥିବାର ଅଭିଯୋଗ

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନିସିଆନଙ୍କ ଦ୍ଵାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

ନବରଙ୍ଗପୁର –୧୨/୧୦/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ କାର୍ଯ୍ୟାରତ ଲେବ ଟେନ୍ନିସିଆନ ଜଣକ ମେଡିକାଲରେ ରକ୍ତ ପରୀକ୍ଷା କରିବାକୁ ଆସୁଥୁବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ସେ ହେଉଛନ୍ତି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଲେବ ଟେନ୍ନିସିଆନ ଦାୟିତ୍ଵ ରେ ରହିଥ‌ିବା ସୁରେନ୍ଦ୍ର କୁମାର ଦାସ ନାମକ ଜଣେ କର୍ମଚାରୀ, ଘଟଣା ରୁ ପ୍ରକାଶ ଆଜି

ସକାଳ ୮ ଟା ପୂର୍ବରୁ ଖାଲିପେଟରେ ଆସି ସୁଗାର ଚେକ କରିବାପାଇଁ ଅପେକ୍ଷା କରିଥିବା ରୋଗୀଙ୍କୁ ୯:୨୦ ରେ ମେଡିକାଲ କୁ ଆସି ରକ୍ତ ନେଇ ଥିଲେ, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ତାଙ୍କୁ ଡେରି ରେ ଆସିବା କାରଣ ବିଷୟରେ ପଚାରିବାରୁ ସେ ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହିତ ଯୁକ୍ତି ତର୍କ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପାପଡାହାଣ୍ଡି ଗ୍ରାମର ଶିବୁ ଜୈନ, ଚିନା ମଲ୍ଲିକ, ସନ୍ତୋଷ ପାଇକ, ଭି. ଶାନ୍ତି ରାଓ ଏବଂ ଅନ୍ୟ ମାନେ କହିବା ପ୍ରକ ଏହି ବ୍ୟବହାର ତାଙ୍କର ପ୍ରତିଦିନର, ଉଚ୍ଚ କର୍ତ୍ତୃପକ୍ଷ ଏଥ୍ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାର ସୁ ବ୍ୟବସ୍ଥା କରିବାକୁ ଅଂଚଳବାସି ଙ୍କ ତରଫରୁ ଦାବି ଉଠିଛି, ପୂର୍ବରୁ ମଧ୍ୟ ତାଙ୍କ ନାମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀଙ୍କ ନିକଟରେ ଅଭିଯୋଗ ରହିଥ‌ିବା ସୂଚନା ମିଳିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button