District

ଯୌତୁକ ପ।ଇ ସ୍ତ୍ରୀ କୁ ହତ୍ୟା

ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା

ଦୁର୍ଘଟଣାର ରୂପ ଦେବା ପାଇଁ ଗ୍ୟାସ ଲଗାଇ ଜାଳିଦେଲା ସ୍ବାମୀ

ହତ୍ୟା ଅଭିଯୋଗ ଆଣିଲେ ଝିଅ ର ପରିବାର; ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚ।ଲାଣ କରିଛି ।

କୋରାପୁଟ, ୧୧/୧୦ : କାନ୍ଥରୁ ଲିଭିନି ବିବାହ ଚିତା, ଲିଭିଗଲା ନବ ବଧୂର ଜୀବନ। ଯୌତୁକ ପାଇଁ ପତ୍ନୀକୁ ହତ୍ୟା କରିବା ପରେ ନାଟକୀୟ ରୂପ ଦେବା ପାଇଁ ଗ୍ୟାସ ଲଗାଇ ଜାଳିଦେଲା ଅଭିଯୁକ୍ତ ଯବାନ ସ୍ଵାମୀ । ଏମିତି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖ‌ିବା ପାଇଁ ମିଳିଛି କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଓ ଏମପି ଆଇଆଇଟି କଲୋନୀରେ।

କାର୍ଯ୍ୟରତ ଯବାନ ଶିବ ଶଙ୍କର ପାତ୍ର, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ତାରିଣୀ ପ୍ରସାଦ ପଣ୍ଡାଙ୍କ ବଡ଼ ଝିଅ ପ୍ରିୟଙ୍କାଙ୍କୁ ଗତ ଦେଢ଼ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ନଗଦ ୨ ଲକ୍ଷ ଟଙ୍କା ସହିତ ଅନ୍ୟାନ ଯୌତୁକ ସାମଗ୍ରୀ ଝିଅ ଘର ପକ୍ଷରୁ ପୁଅକୁ ଦିଆଯାଇଥିଲା । ବାହାଘର ପରେ ବର୍ଷେ ସବୁ ଠିକ ଠାକ ଚ।ଲିଥିଲା । ଏହାରି ଭିତରେ ଗୋଟେ ଝିଅ ମଧ୍ୟ ଜନ୍ମ ହୋଇଛି । ଗଡ ୬

ମାସ ହେବ ଶିବ ଶଙ୍କର ପାତ୍ର ତାଙ୍କ ପତ୍ନୀ ପ୍ରିୟଙ୍କାକୁ ଆହୁରି ଅଧୁକ ଯୌତୁକ ଆଣିବା ପାଇଁ ନିର୍ଯ୍ୟାତନା ଦେଇଥୁଲା । ଗତ ୮ ତାରିଖ ବୁଧବାର ରାତ୍ରରେ ଶିବ ଶଙ୍କର ଏକ ଲୁହା ରଡ଼ରେ ପ୍ରିୟଙ୍କାଙ୍କ ମୁଣ୍ଡକୁ ଆଘାତ କରିଥିଲେ । ପ୍ରିୟଙ୍କାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏହାକୁ ନାଟକୀୟ ରୂପ ଦେବା ପାଇଁ ଗ୍ୟାସ ଲଗଜ ପ୍ରିୟଙ୍କାକୁ ପୋଡି ଦେଇଥୁଲା ସ୍ୱାମୀ। ଶଶୁର ଘରକୁ ଫୋନ କରି ତାଙ୍କ ଝିଅ ନିଆଁରେ ପଡି ହୋଇ ଯାଇଛି ବୋଲି ଜଣାଇଥିଲା । ପ୍ରିୟଙ୍କାଙ୍କ ଘର ଲୋକେ କୋରାପୁଟ ପହଞ୍ଚିବା ପରେ ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି କୋରାପୁଟ ଡାଉନ ଆନ।ରେ ଏକ ଲିଖିତ କରି କୋରାପୁଟ ଟାଇନ ପୋଲିସ ଯବାନ ଶିବ ଶଙ୍କର ପାତ୍ରକୁ ଅଟକ କରି ପଚରା ଉଚରା କରିବା ପରେ ସେ ପୋଲିସ ଆଗରେ ସବୁ ସତ ମାନିଥିଲା । ସେ ହିଁ ଏକ ଲୁହା ରଡ଼ରେ ପତ୍ନୀକୁ ହତ୍ୟା କରିଥିଲା ବୋଲି ସ୍ୱୀକାର କରିଥିଲା ଓ ଦୁର୍ଘଟଣାର ରୂପ ଦେବା ପାଇଁ ଗ୍ୟାସ ଲଗାଇ ଜାଳି ଦେଇଥୁଲା । ପୋଲିସ ଯବାନ ସ୍ୱାମୀକୁ ଗିରଫ କରି ଆଜି କୋର୍ଟ ଉଲାଣ କରିଛି । ପ୍ରିୟଙ୍କାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ବାପ ଘର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button