ରାଇଘର ରେ ଜବରଦଖଲ ଉଚ୍ଛେଦ
ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ
ରାଇଘରରେ ଜବର ଦଖଲ ଉଚ୍ଛେଦ
ରାଇଘର,ଡା୧୧୵୧୦
ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହ ଠାରେ ଦୀର୍ଘ ବର୍ଷରୁ ଟ୍ରାଫିକ ସମସ୍ୟା ଅଣାୟତ ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ଭ ବିଭାଗ ପକ୍ଷରୁ ନୂତନ ରାସ୍ତା ପ୍ରଶସ୍ତିକରଣ ପାଇଁ ଶୁକ୍ରବାର ଠାରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚିହ୍ନଟ ଦିଆଯାଇଥିବା ସ୍ଥାନଗୁଡ଼ିକ ଭାଙ୍ଗି ଦିଆଯାଇଛି। ସରକାରୀ ବେସରକାରୀ ସମସ୍ତ ଜାଗା ଉପରେ ଜେସିବି ଗାଡି ଦ୍ବାରା ଦୋକାନ ଗୁଡ଼ିକ ଭାଙ୍ଗି ଦିଆଯାଇଥିବା ବେଳେ ରାଇଘର ମୁଖ୍ୟ ସମ୍ପୂର୍ଣ ଖାଁ ଖାଁ ହୋଇ ପଡିଛି।
ଉଭୟ ପାର୍ଶ୍ବରେ ଯଥା ଶୀଘ୍ର ସମ୍ପୂର୍ଣ ଜବର ଦଖଲ ଉଚ୍ଛେଦ ଶେଷ ହେଲେ ପୂଉଁ ବିଭାଗ ପକ୍ଷରୁ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପୂର୍ବରୁ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ବିଭାଗ ଅଧିକାରୀମାନେ ରାଇଘର ମୁଖ୍ୟ
ବଜାରରେ ଦୁଇ ମାସ ତଳେ ରାସ୍ତା ଚଉଡ଼ା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ଶେଷ କରିଥିଲେ।
ବ୍ୟବସାୟୀ ମାନଙ୍କୁ ତୁରନ୍ତ ଜାଗା ଖାଲି କରିବା ପାଇଁ ଲିଖୂତ ଭାବରେ ପତ୍ର ପ୍ରଦାନ କରିଥିଲେ । ତେବେ ଲଗାଣ ବର୍ଷା ଯୋଗୁଁ ଏହି ପ୍ରକ୍ରିୟା ବନ୍ଦ ରହିଥିବା ବେଳେ ୧୦ ତାରିଖରୁ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ରାଜସ୍ବ ଅଧିକାରୀମାନେ ଗତ ସପ୍ତାହରେ ରାଇଘର ସଦର ମହକୁମା ବ୍ୟବସାୟୀମାନଙ୍କୁ ଅବଗତ କରିଥିଲେ। ରାସ୍ତା ରାଇଘର ଜଗନ୍ନାଥ ମନ୍ଦିର ଠାରୁ ମାଉଁଲି ମନ୍ଦିର ଦୀର୍ଘ ୨୫ (ଅଢେଇ) କିଲୋମିଟର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ନେଇ ଟେଣ୍ଡର ପ୍ରକାଶ ପାଇଛି। ୨.୫ କିଲୋ ମିଟର ମଧ୍ୟରେ ୧୧ ଶହ ମିଟର ପତ୍ରକୋଟି ଛକ ଠାରୁ ସିଂ ଢାବା ପର୍ଯ୍ୟନ୍ତ ୪ ଲାଇନ ରାସ୍ତା ନିର୍ମାଣ ହେ ହେବ । ୪ କିଲୋ ମିଟର ଡ୍ରେନ ନିର୍ମାଣ ହେବ | ଉକ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।