ଭୂତକୋଠି ପ।ଲଟିଛି କେସିସି ବ୍ୟାଙ୍କ ଶ।ଖ।
ଭୂତକୋଠି ପାଲଟିଛି କେସିସି ବ୍ୟାଙ୍କ ଶାଖା
ନବରଙ୍ଗପୁର୧୨୵୧୦: ସରକାର କୃଷିର ବିକାଶ ଓ କୃଷକ ସଶକ୍ତିକରଣ ନିମନ୍ତେ ବାରମ୍ବାର ହଲପ କରିବା ସହ ସମବାୟ ବିଭାଗକୁ ଅଧିକ କ୍ରିୟାଶୀଳ କରି ଚାଷୀଙ୍କୁ ସ୍ଵାବଲମ୍ବୀ କରୁଥିବା ଦାବି କରୁଛନ୍ତି । ତେବେ ସରକାରଙ୍କ ଘୋଷଣା ଓ ସେବା କେବଳ ପ୍ରଚାର ସର୍ବସ୍ୱ ହୋଇଥିବା ବେଳେ ବାସ୍ତବରେ ନାହିଁ ନାହିଁରେ ଦୁଃଗ୍ଧ ସ୍ଥିତିରେ ସେବା ଯୋଗାଉଛି ସମବାୟ ବିଭାଗ ବୋଲି ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ଅବିଭକ୍ତ କୋରାପୁଟ ଗତ ୧୯୯୨ ମସିହାରୁ ଚାରିଗୋଟି ଜିଲ୍ଲାରେ ବିଭକ୍ତ ହୋଇଛି। ମାତ୍ର ପ୍ରତି – ଜିଲ୍ଲାରେ ନିଜ ସମବାୟ ବ୍ୟାଙ୍କ ମୁଖ୍ୟ – କାର୍ଯ୍ୟାଳୟ ଏଯାବତ ପ୍ରତିଷ୍ଠା କରିବାରେ – ଅସଫଳ ରହିଛତି ସରକାର । ନବରଙ୍ଗପୁର ଜିଲ୍ଲା ପାଇଁ ସମବାୟ ବିଭାଜନ ସ୍ଥାପନ କରାଯାଇଥିବା ବେଳେ ଗତ ୨ ବର୍ଷ ଧରି ଉପ ସମବାୟ ନିବନ୍ଧକ ତଥା ଡିଆରସିଏସ – ନିଯୁକ୍ତି ଦୁଆଯାଇଛି ବିଡମ୍ବନାର ବିଷୟ କେବଳ ଅଧିକାରୀଙ୍କ ବ୍ୟତୀତ ଆବଶ୍ୟକ କର୍ମଚାରୀ ଓ କାର୍ଯ୍ୟାଳୟ
ଉପକରଣ ଯୋଗାଇଦେବା ବଦଳରେ ଚୁପ ବସିଛନ୍ତି ସରକାର ସେହିଭଳି ନବରଙ୍ଗପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଘୋଷଣା କରାଯାଉନଥିବାରୁ ପୂର୍ବବତ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ନିର୍ଭରଶୀଳ ରହିଛି । ନବରଙ୍ଗପୁର ଜିଲ୍ଲା ସମବାୟ ବିଭାଗ ଅନ୍ୟପକ୍ଷରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ନବରଙ୍ଗପୁର ଶାଖା ଏବେ ଦୟନୀୟ ସ୍ଥିତିରେ ସେବା ଯୋଗାଇଥିବା ବେଳେ ହନ୍ତସନ୍ତ
ହେଉଛରି ଚାଷୀ ଓ ସାଧାରଣ ଗ୍ରାହକ। ସୂଚନା ଅନୁଯାୟୀ ନୂତନ ବ୍ୟାଙ୍କ ଶାଖା ନିର୍ମାଣ ନିମନ୍ତେ ଗତ ଦୁଇ ବର୍ଷ ତଳେ ବିଭାଗ ପକ୍ଷରୁ କୋଟିଏ ଟଙ୍କା ବଜେଟ ପ୍ରସ୍ତୁତ ସହ ଗୃହ ନିର୍ମାଣ ପ୍ରକ୍ରିୟା ଆରମ୍ଭହୋଇଥିଲା । ତେବେ ନୂତନ ଗୃହ ନିର୍ମାଣ ସହ ପୁରୁଣା ଗୃହ ଭାଙ୍ଗିବା ଅନୁମତି ଏଥିରେ ବାଧକ ସାଜିଥିବା କୁହାଯାଉଛି। ଗୃହ ନିର୍ମାଣ ଆକଳନ ଅର୍ଥ କୋଟିଏରୁ ବୃଦ୍ଧି ପାଇ ଏବେ ଦେଢ଼ କୋଟିରେ ପହଞ୍ଚିଥିବା ବେଳେ
କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଲି
KORAPUT CENTRAL COOPERATIVE BANK LTD.
24X7 ATM
ରାଜ୍ୟ ସମବାୟ ନିବନ୍ଧକଙ୍କ ପକ୍ଷରୁ ଅନୁମତି ମିଳିପାରୁ ନାହିଁ । ପୁରୁଣା ବ୍ୟାଙ୍କ ଶାଖା ଭୂତକୋଠି ପାଲଟିଥିବା ବେଳେ ପରି ସର ଦିନବେଳେ ସର୍ବସାଧାରଣ ପରିଶାଗାର ଓ ରାତିରେ ଅସାମାଜିକ ବ୍ୟକ୍ତିଙ୍କ ମଧୁଶାଳା ଭାବେ ବ୍ୟବହାର ହେଉଛି ବୋଲି ଅଭିଯୋଗ ହେଉଛି । ସେହିଭଳି ପରିସରରେ ରହିଥିବା ଏଟିଏମ ଅଚଳ ହୋଇ ପଡିଥିବାରୁ ହନ୍ତସନ୍ତ ହେଉଛନ୍ତି ବ୍ୟାଙ୍କ ଗ୍ରାହକ ନିଜସ୍ୱ ପାଣ୍ଠି ଅଣ୍ଟିରେ ରଖ୍
ବର୍ଷେରୁ ଅଧିକ ସମୟ ଧରି ମାସିକ ୨୦ ଚାଲିଛି ବ୍ୟାଙ୍କ ଶାଖା କାର୍ଯ୍ୟାଳୟ। ଅପରପକ୍ଷେ ଦୁର୍ଗମ ଗ୍ରାମାଞ୍ଚଳରେ ଚାଲିଥିବା ମୋବାଇଲ ବ୍ୟାଙ୍କ ସେବା ମଧ୍ୟ ସମ୍ପୂର୍ଣ ଠପ୍ ହୋଇଯାଇଛି । ସମବାୟ ବ୍ୟାଙ୍କ ସେବାର ବିକଳ ଚିତ୍ର ବୟାନ କରୁଛି କୃଷିବହୁଳ ଜିଲ୍ଲାର ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ଏ ସମ୍ପର୍କରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ନୂତନ ଗୃହ ନିର୍ମାଣ ନିମନ୍ତେ ଡିପିଆର ଅନୁମୋଦନ ନିମନ୍ତେ ରାଜ୍ୟ ସମବାୟ ନିବନ୍ଧକଙ୍କ ନିକଟକୁ ପଠାଯାଇଛି ଓ ଅନୁମୋଦନ ଅନୁମତି ମିଳିବାପରେ ଟେଣ୍ଡର ପ୍ରକ୍ରିୟା କରାଯାଇ ନୂତନ ଗୃହ ନିର୍ମାଣ କାରାଯିବ ବୋଲି କହିଛନ୍ତି। ତେବେ କେବେ ସ୍ଥାନୀୟ ସାଂସଦ ଓ ବିଧାୟକ ଯତ୍ନବାନ ହେବେ ଓ ନବରଙ୍ଗପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଘୋଷଣା ନିମନ୍ତେ ରାଜଧାନୀରେ ସ୍ଵର ଶାଣିତ କରିବେ ଓ ଚାଷୀଙ୍କୁ ମିଳିବ ସନାବାୟ ସୁବିଧା ତା ଉପରେ ନଜର ରହିଛି ।