ନବରଙ୍ଗପୁର ସହରର ଟ୍ରାଫିକ ସମସ୍ୟା ଦୂର ହେବ
କଟିବ ୯ ହଜାର ଗଛ, ୨୦୨୬ ଜାନୁଆରି ସୁଦ୍ଧା ଶେଷ ଲକ୍ଷ୍ୟ
ନବରଙ୍ଗପୁର, ୭/୧୦: ନବରଙ୍ଗପୁର ସହରରେ ଟ୍ରାଫିକ୍ ସମସ୍ୟା ଦୂର ହେବ ଏଥିପାଇଁ
ବାଇପାସ୍ ରାସ୍ତା ନିର୍ମାଣ ଚାଲିଛି ୯.୧୨କିମି ଲମ୍ବ ଏହି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ୧୬୮:୫୮ କୋଟି ବ୍ୟୟବରାଦ କରାଯାଇଛି! ବାଇପାସ୍ ରାସ୍ତାର ଆରମ୍ଭ ଓ ଶେଷରେ ତିନିଶହ ମିଟର ଲମ୍ବର ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ। ବଳଳା ମାଡ଼େ ୮କିମି ଦୁଇ ଲେନ୍ ରାସ୍ତା ନିର୍ମାଣ ହେବ ତେବେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ୯ ହଜାର ଗଛ କଟିବ ବୋଲି ଜଣାପଡ଼ିଛି।
ନୂତନ ବାଇପାସ୍ ରାସ୍ତା ଏନଏଚ ୨୦୬ର ତାଇଭଙ୍ଗା ଗାଁ ପାର୍ଶ୍ବ ଦେଇ ଜିଲ୍ଲା ଦୌରାଜଜ୍ କୋର୍ଟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମଧ୍ୟ ଭାଗ ଦେଇ ମାଝୀଗୁଡ଼ା ପିତ ଏସପିଙ୍କ କାର୍ଯ୍ୟାଳୟ ପାର୍ଶ୍ୱ ଦେଇ ପାତ୍ରମୁଣ୍ଡ ଗାଁ ନିକଟସ୍ତ ଏନଏଚରେ ସଂଯୋଗ ହେବ । ଏହି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ୨୦୨୪ ମସିହା ଡିସେମ୍ବର ୨୨ ତାରିଖ ଦିନ ଚୁକ୍ତିନାମା କରାଯାଇଥିବା ବେଳେ ଆସନ୍ତା ଜାନୁଆରି ୨୦୨୬ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମ୍ପୂର୍ଣ୍ଣ ବାଇପାସ୍ ରାସ୍ତା ନିର୍ମାଣ କାମ ଆମିବା ଆସୋସିଏଟ୍ ଓ ଜେଏମବିଜି କନଷ୍ଟ୍ରକ୍ସନ୍ କମ୍ପାନି ନିର୍ମାଣ କରିବା ବାଇପାସ୍ ରାସ୍ତା ପାଇଁ ଘରୋଇ ଜମି ୪୧.୪୪୧ ନେକ୍ସର ଓ ମରକାରୀ ଜମି ୧୭ ହେକ୍ଟର ଏଭଳି ସର୍ବମୋଟ ୫୮.୪୪୧ ହେକ୍ଟର ଜମି ଅଧିଗ୍ରହଣ ନେବା ତେବେ ୯୦ ପ୍ରତିଶତ ଘରୋଇ ଜମି ଅଧିଗ୍ରହଣ ହୋଇସାରିଥିବା
ସୂଚନା ମିଳିଛି ୧୬୮.୫୮ କୋଟି ମଧ୍ୟରୁ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ୬୦ କୋଟି, ଜମି ଅଧିଗ୍ରହଣ ପାଇଁ ୭୨.୮ କୋଟି, ଗଛ ଲଗାଇବା ପାଇଁ ମାଡ଼େ ୩ କୋଟି, ନୂଆ ବିଦ୍ୟୁତ୍ ଖୁଣ୍ଟ ପୋତିବା ଓ ବିଦ୍ୟୁତୀକରଣ ପାଇଁ ୯୦ ଲକ୍ଷ ଖର୍କ କରିବାକୁ ବଜେଟରେ ବ୍ୟୟବରାଦ କରାଯାଇଛି। ସେନିପରି
୯.୧୨ କିମି ବାଇପାସ୍ ରାସ୍ତାରେ ୫ଟି ବକ୍ସ ଭଲଭର୍ଟ, ୧୪ଟି ପାଇପ୍ କଲଭର୍ଟ ନିର୍ମାଣ ହେବା ସରକାରୀ ଓ ବେସରକାରୀ ଭାବେ ଲାଗିଥିବା ୯ ହଜାର ଗଛ ଏହି ରାସ୍ତା ପାଇଁ କଟିବ ବୋଲି ଜଣାପଡିଛି। ତେବେ ଏଯାଏଁ ୩ କିମି ରାସ୍ତାରେ ମାଟି ପକାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ସାଂସଦ
ବଳଭଦ୍ର ମାଝୀ ତାଗିଦ୍ କରିଥିଲେ । ଏହାପରେ ଜିଲ୍ଲାପାଳ ତ. ମହେଶ୍ଵର ସ୍ବାଇଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ କ୍ଷୀରଧର କନ୍ଧପାଣି, ଏନଏଚ ଏସଡିଓ ସୂର୍ଯ୍ୟ ଛତିରିଆ ପ୍ରମୁଖ କାମର ତଦାରଖ କରିଥିଲେ। କଲଭର୍ଟ ଗୁଡ଼ିକ ଉଚ୍ଚା କରିବା ସହ
ଯେଉଁଠି ଅତ୍ୟନ୍ତ ଆବଶ୍ୟକ ସେଠାରେ ହିଁ ଇଲଭର୍ଟ କରିବାକୁ ନିର୍ଦେଶ ଦେଇଥିଲେ । ତେବେ ବାଇପାସ୍ ରାସ୍ତା ନିର୍ମାଣ କାମ ସରିଲେ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ଛକ ଠାରୁ ଶ୍ରୀରାମ ମନ୍ଦିର ଛକ ଯାଏଁ ଦେଖାଦେଉଥିବା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ଏନଏଚ କେସିଙ୍ଗା ଡିଭିଜନର ନବରଙ୍ଗପୁର ଏମଡିଓ ସୂର୍ଯ୍ୟ ଛତରିଆ



