ନବରଙ୍ଗପୁର ମୂଖ୍ଯ ଚିକିତ୍ସାଳୟ ରେ ଅସ୍ୱାସ୍ଥ୍ୟକର ପରିବେଶ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ବାସ୍ଥ୍ୟକର ପରିବେଶ
ନବରଙ୍ଗପୁର,୭/୧୦
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ ନାଁରେ ବ୍ୟାପକ ଅନୁଦାନ ଖର୍ଜ ହେଉଥିଲେ ମଧ୍ୟ ସଫାସୁତୁରା ହୋଇପାରୁନାହିଁ। ଫଳରେ ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ କୁଢ଼ଗୁଡ଼ ଅଳିଆ ଜମା ହୋଇରହିଛି। ସେଣ୍ଟରୁ ଦୁର୍ଗନ୍ଧ ବାହାରିବା ସହ ଚିକିତ୍ସାଳୟ ପରିସରରେ ଏକପ୍ରକାର ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।
ଡାକ୍ତରଖାନା ଭିତରେ ପଛ ଅଞ୍ଚଳରେ ଆବର୍ଜନା ଗଦା ହୋଇଥିବାବେଳେ ସେଥୁରେ ଅପରିଷ୍କାର ପାଣି ମିଶି ଦୁର୍ଗନ୍ଧ ବାହାରୁଛି। ରୋଗୀଙ୍କ ଶଯ୍ୟା ନିକଟରେ ମଧ୍ୟ ବ୍ୟାଣ୍ଡେଜ, ସିଲିଞ୍ଜ ଓ ନିକିତ୍ସା ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳେ । ଏପରିକି ପାଇଖାନା ଓ ୱାର୍ଡଗୁଡିକ ନିୟମିତ ସଫେଇ ହେଉ ନ ଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅସନ୍ତୋଷବ୍ୟନ୍ତ କରିଛନ୍ତି । ଏହା ଡାକ୍ତରଖାନା ନା ରୋଗ ପ୍ରସାର କେନ୍ଦ୍ର ବୋଲି ପ୍ରଶ୍ନ ଉଠୁଛି । ଗଡ ଦିନରେ ଡାଏଲିସିସ୍ କେନ୍ଦ୍ରର ପାରଖାନା ଓ ପରିସ୍ରାଗାର ଗତ ୮ ମାସ ଧରି ସଫା କରାଯାଇ ନ ଥିଲା । ଫଳରେ ପୂର୍ବତନ
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ।
ଏମ୍ପି ପ୍ରଦୀପ ମାଝୀ ଓ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଜାଏଲିସିସ୍ କେନ୍ଦ୍ର ସଫା କରିଥିଲେ। ତଥାପି ସ୍ବାସ୍ଥ୍ୟ ବିଭାଗର ଚେତା ପଶିନାହିଁ । ଏବେ ମାତୃ ଓ ଶିଶୁ ଯତ୍ନ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ୱାର୍ଡଗୁଡିକରୁ ଦୁର୍ଗନ୍ଧ ବାହାରିବା ସହ କୋଠାର ବାହାରେ ପାଇଖାନାରୁ ନିର୍ଗତ ପାଣି କାନ୍ଥ ଓ ଝରଳା ଆଡେ ପଢୁଛି। ମେଜିକାଲରେ ଲଗାଯାଇଥିବା ଏସିଗୁଡିକ ଉପରେ ଦୁର୍ଗନ୍ଧମୟ ପାଣି ପଢ଼ି ସେଗୁଡିକ କଳଙ୍କି ଖାଇଗଲାଣି। ବ୍ରେନ୍ ଉପରେ
ଜମା ହୋଇ ରହିଛି ବର୍ଜ୍ୟବସ୍ତୁ ଠିକା ସଂସ୍ଥା ପ୍ରତି ନିୟନ୍ତ୍ରଣ ନାହିଁ
କିନ୍ତୁ ଖୋଦ୍ ଜିଲା ସଦର ମହକୁମା ଡାକ୍ତରଖାନା ପରିବେଶ ଦୁର୍ଗନ୍ଧମୟ ପାଲଟିଛି । ଜିଲା ସଦର ମହକୁମା ଡାକ୍ତରଖାନାକୁ ପ୍ରତିଦିନ ଶତାଧିକ ରୋଗୀ ଆସୁଥିଲେ ମଧ୍ୟ ନିୟମିତ ସଫାଇ କାର୍ଯ୍ୟ ହେଉନାହିଁ । ରାଜ୍ୟ ବିଭାଗ ଯଦି ତୁରନ୍ତ ପଦକ୍ଷେପ ନ ନିଅରି, ତେବେ ଜୀବାଣୁଜନିତ ରୋଗ ରୟାବହ ରୂପ ନେଇପାରେ ବୋଲି ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଉଦାସୀନତା ନେଇ ସାଧାରଣ ଲୋକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ ତୁରନ୍ତ ହସ୍ପିଟାଲ ମ୍ୟାନେଜରଙ୍କୁ ଡକାର ଆବର୍ଜନାଗୁଡିକ ସଫାକରି ପାଣି ନିଷ୍କାସନ ପାଇପଗୁଡିକ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରେନ୍ ସଫା କରିବା ସହ ତା’ ଉପରେ ପ୍ଲେଟଗୁଡିକ ପକାଇବା ପାଇଁ କୁହାଯାଇଥିବା ସେ କହିଛନ୍ତି।
ଆଚ୍ଛାଦିତ ପ୍ଲେଟଗୁଡିକ ଭାଙ୍ଗି ଡ୍ରେନ୍ ପୋଡିହୋଇଯିବା ସହ କାନ୍ଥଗୁଡିକ କଳା ପଢ଼ି ଶିଭଳି ଲାଗିଗଲାଣି। କାନ୍ଥକୁ ଲାଗି କୁଢ କୁଢ ଆବର୍ଜନା ପଡ଼ି ରହିଛି । ଝରକା ନିକଟରେ ଗଜ୍ କପଡ଼ା ଓ ଆବର୍ଜନା ଯୋଗୁ ଏବେ ପରିବେଶ ପ୍ରତିଗନ୍ଧମୟ ପାଲଟିଛି । ଅପରିଷ୍କାର ପରିବେଶ ଯୋଗୁ ମଶା ଓ ମାଛି ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଇଛି। ମଶା ଦାଉରୁ ରକ୍ଷାପାଇବା ଓ ପରିବେଶ ସଫାସୁତୁରା ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଗ୍ରାମାଞ୍ଚଳରେ ସଚେତନ କରୁଛରି ।



