District

ନ।ବ।ଳିକ।କୁ ୭ସ।ତ ମ।ସର ଗର୍ବ ବତୀ ,ଘରେ ରଖିଲେନି ପରିବାର

ନାବାଳିକା ୭ ମାସର ଗର୍ଭବତୀ, ଘରେ ରଖିଲେନି ପରିବାର

ଉମରକୋଟ, ୧୪ |୯

ଅବିବାହିତା ନାବାଳିକା ଝିଅ ଗର୍ଭବତୀ ହେବା ଜାଣି ପରିବାର ଲୋକେ ଘରେ ରଖୁବାକୁ ମନା କରିଦେଲେ। ଏପରିକି ପୁଅ ଘର ଲୋକେ ମଧ୍ଯ ଝିଅକୁ ଗ୍ରହଣ କଲେନାହିଁ। ଏହି ଖବରପାଇ ଶନିବାର ଉମରକୋଟ ସମନ୍ବିତ ଶିଶୁ ପ୍ରକଳ୍ପ ବିଭାଗ ପକ୍ଷରୁ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ, ଉମରକୋଟ ଥାନା ଅଧୀନ ଗୋଟିଏ ଗ୍ରାମର ଜଣେ ୧୭ବର୍ଷୀୟା ନାବାଳିକା ୭ ମାସ ଗର୍ଭବତୀ ହେବା ପରେ ତାଙ୍କୁ ପରିବାର ଲୋକେ ରଖୁବାକୁ ମନା କରିଦେଲେ। ପୁଅ ଘର ଲୋକେ ମଧ୍ୟ ରଖୁବା ପାଇଁ ମନା କରିଦେଲେ। ଉକ୍ତ ନାବାଳିକା ଜଣଙ୍କ ଗାଁରେ ବୁଲିବୁଲି ଗ୍ରାମବାସୀଙ୍କ ଘରୁ ଯାହା ମିଳୁଥିଲା ଖାଉଥିଲେ। ସ୍ଥାନୀୟ ଜର୍ୟ୍ଯ ଉମରକୋଟ ବେହେରାଙ୍କୁ

ଉଦ୍ଧାର କଲା ଭଗରକୋଟ ସମନ୍ବିତ ଶିଶୁ ପ୍ରକଳ୍ପ ବିଭାଗ

ଜଣାଇଥିଲେ। ସିଡିପିଓ ନିର୍ଦ୍ଦେଶ କ୍ରମେ ସୁପରଭାଇଜର ଚନ୍ଦ୍ରିକା ବାଗ ଘଟଣାସ୍ଥଳରେ ପହଞ୍ଚୁଥିଲେ। ସ୍ଥାନୀୟ ସରପଞ୍ଚ ଓ ଗ୍ରାମର କେତେଜଣ ଲୋକଙ୍କ ଉପସ୍ଥିତିରେ ବୈଠକ ବସିଥିଲା। ପରେ ନାବାଳିକାଙ୍କୁ ଉଦ୍ଧାର କରି ସୂପରଭାଇଜର ଉମରକୋଟ ଆଣି ଆସିଥିଲେ। ତେବେ ନାବାଳିକା ସାତ ମାସର ଗର୍ଭବତୀ ଥିବାରୁ ତୁରନ୍ତ ଅନ୍‌ଲାଇନର ମୋଡରେ ନବରଙ୍ଗପୁର ଚାଇଲଡ ୱେଲ୍‌ଫେୟାର କମିଟି ସମ୍ମୁଖରେ ହାଜର କରାଯାଇଥିଲା। କମିଟି ନିର୍ଦ୍ଦେଶ କ୍ରମେ ଉକ୍ତ ନାବାଳିକାଙ୍କୁ ନବରଙ୍ଗପୁର ସଖୀ ୱାନଷ୍ଟପ କେନ୍ଦ୍ରରେ ରଖାଯାଇଛି। ଆଗାମୀ ଦିନରେ କେଉଁଠି ରହିବ ତାହାକୁ ନେଇ ନିଷ୍ପତ୍ତି ହୋଇନାହିଁ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button